ରାଜସ୍ଥାନ ସୀମାରେ ଭାରତୀୟ ସେନା ପୁଣି ଧ୍ବଂସ କଲା ପାକିସ୍ତାନୀ ଡ଼୍ରୋନ୍

ଶାନ୍ତିର ଗାଧା ଗାଉଥିବା ପାକିସ୍ତାନ ପୁଣି ଥରେ ଭାରତୀୟ ସୀମା ପାର କରିବାକୁ ଚେଷ୍ଟା କରିଛି। କିନ୍ତୁ ପ୍ରତଥର ଭଳି ଏଥର ମଧ୍ୟ ତାହାର ମୁହଁତୋଡ ଜବାବ୍ ଦେଇଛି ଭାରତ।
ମିଡିଆ ରିପୋର୍ଟ ମୁତାବକ, ରାଜସ୍ଥାନ ଶ୍ରୀଗଙ୍ଗାନଗର ସେକ୍ଟରର ଆନ୍ତଃରାଷ୍ଟ୍ରୀୟ ବର୍ଡର ପାଖରେ ଭାରତୀୟ ସେନାକୁ ଏକ ପାକିସ୍ତାନୀ ଡ୍ରୋନ ନଜର ଆସିଥିଲା। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଏୟାରଷ୍ଟ୍ରାଇକ ପରେ ପାକିସ୍ତାନ ସମୁଦାୟ ୩ଟି ଡ୍ରୋନ୍ ଭାରତକୁ ପଠାଇବାକୁ ଚେଷ୍ଟା କରିଥିବା ବେଳେ ସବୁଥର ଭଳି ବିଫଳ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.