କ୍ୟାନସର ରୋଗୀଙ୍କୁ ଲଟେରୀ କରିଦେଲା କୋଟିପତି, ଏତେ ଶୂନ ଦେଖି ସ୍ତବ୍ଧ ହୋଇଗଲେ ବ୍ୟକ୍ତି

ବେଳେ ବେଳେ ଆପଣଙ୍କ ଭାଗ୍ୟରେ ଏମିତି ସୁଯୋଗ ଆସେ, ଯାହା ଆପଣଙ୍କୁ କୋଟିପତି କରିଦିଏ। ଆପଣମାନେ ନିଶ୍ଚିତ ଲଟେରୀ ଟିକେଟ ଆଣି ଖେଳିଥିବେ। କିନ୍ତୁ ଏହି ଲଟେରୀ ଟିକେଟ କେବେ କାହା ଭାଗ୍ୟ ପରିବର୍ତ୍ତନ କରିଦିଏ ତାହା ଦେଖିବାକୁ ମିଳିଛି। ଏପରି ଏକ ଘଟଣା ଆମେରିକାରେ ଦେଖିବାକୁ ମିଳିଛି। ରୋନୀ ଫୋଷ୍ଟର ନାମକ ଜଣେ ବ୍ୟକ୍ତି ଯିଏକି କ୍ୟାନସର ଭଳି ମାରାତ୍ମକ ରୋଗ ସହିତ ଲଢୁଛନ୍ତି। ତାଙ୍କୁ ଏହି ସାଧାରଣ ଲଟେରୀ ଟିକେଟ କରିଦେଇଛି ମାଲେମାଲ।

jackpot

ରୋନୀଙ୍କୁ କ୍ୟାନସର ରୋଗ ଯୋଗୁଁ ହସପିଟାଲରେ କେମୋ ଥେରାପୀ ନେବା ପାଇଁ ଯାଆନ୍ତି। କିନ୍ତୁ ସେ ଏହିଥର ଶେଷ ଥେରାପୀ ନେବାକୁ ଯିବା ସମୟରେ ବାଟରୁ ୫ ଡଲାର ଦେଇ ଦୁଇଟି ଲଟେରୀ ଟିକେଟ କିଣିଥିଲେ। ଯେଉଁଥିରେ ପ୍ରଥମ ଟିକେଟକୁ ସ୍କ୍ରାଚ କରିବା ପରେ ରୋନୀଙ୍କୁ କିଛି ମିଳିନଥିଲା। କିନ୍ତୁ ଦ୍ୱିତୀୟ ଲଟେରୀ ତାଙ୍କ ଭାଗ୍ୟ ବଦଳାଇ ଦେଇଥିଲା। ଏହି ଲଟେରୀରେ ଥିବା ଶୂନକୁ ଦେଖି ସ୍ତବ୍ଧ ହୋଇଯାଇଥିଲେ ରୋନୀ। ଏହାକୁ ଦେଖି ପ୍ରଥମ ବିଶ୍ୱାସ କରିପାରିନଥିଲେ। ଏଥିପାଇଁ ଜଣେ କିରାଣୀଙ୍କୁ ଦେଖାଇଥିଲେ। ଏହି ଲଟେରୀରେ ଯେଉଁ ଅର୍ଥରାଶି ଲେଖା ଥିଲା, ତାହାକୁ ଦେଖି ଆପଣ ମଧ୍ୟ ନିଜ ଆଖିକୁ ବିଶ୍ୱାସ କରିପାରିବେ ନାହିଁ। ରୋନୀଙ୍କୁ ଏହି ଲଟେରୀ ଯୋଗୁଁ ୨ ଲକ୍ଷ ଡଲାର ଟଙ୍କା ମିଳିଛି।

ଏହାସହ ପଢ଼ନ୍ତୁ ; ପୃଥିବୀକୁ ଫେରିଆସିଲା ପାଇଲଟଲେସ୍‌ ବିମାନX-37 B, ପୂରଣ କରିଛି ନିଜର ଲକ୍ଷ୍ୟ

ଏହି ୨ ଲକ୍ଷ ଡଲାର ଟଙ୍କାରୁ ୨୫ ପ୍ରତିଶତ ଟ୍ୟାକ୍ସ ଦେବା ପରେ ଆଉ ବଳକା ପଇସାରେ ହସପିଟାଲ ଖର୍ଚ୍ଚରେ ବ୍ୟବହାର କରିବେ ବୋଲି ରୋନୀ କହିଛନ୍ତି। ଏହି ଟଙ୍କା ତାଙ୍କୁ କ୍ୟାନସର ରୋଗ ସହିତ ଲଢିବାକୁ ସାହାଯ୍ୟ କରିବ। ସୂଚନାଯୋଗ୍ୟ, ରୋନୀ ଜଣେ ଅବସରପ୍ରାପ୍ତ କର୍ମଚାରୀ। ସେ ପୂର୍ବରୁ ପରିବହନ ବିଭାଗରେ ଚାକିରୀ କରୁଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.