ଭୂମିକମ୍ପ ହେବା ପୂର୍ବରୁ ବିଲେଇ ଜାଣିଗଲା ସୂଚନା, ମହିଳାଙ୍କୁ କରିଦେଲା ସତର୍କ
ନୂଆଦିଲ୍ଲୀ : ସାଧାରଣତଃ କୁହାଯାଏ କୌଣସି ବିପତ୍ତି ଆସିବା ପୂର୍ବରୁ ମନୁଷ୍ୟଙ୍କ ଅପେକ୍ଷା ପଶୁ-ପକ୍ଷୀମାନେ ପୂର୍ବରୁ ଜାଣିପାରନ୍ତି । ଏମିତି କିଛି ଘଟଣା ଘଟିଛି ଅଷ୍ଟ୍ରେଲିଆରେ । ଯେଉଁଠି ଏକ ବିଲେଇ ଭୂମିକମ୍ପ ଆସିବା ପୂର୍ବରୁ ଏହା ଜାଣିପାରି ନିଜେ ସତର୍କ ହେବା ସହ ନିଜର ମାଲିକକୁ ମଧ୍ୟ ସତର୍କ କରିଛି । ଭୂମିକମ୍ପ ହେ ବା ପୂର୍ବରୁ ବିଲେଇଟି ଦୁର୍ଘଟଣା ସ୍ଥାନରୁ ପଳାଇ ଆସିବା ସହ ସୁରକ୍ଷିତ ସ୍ଥାନରେ ନିଜକୁ ଆଶ୍ରୟ ଦେଇଛି ।
ଘଟଣାଟି ଘଟିଛି ଅଷ୍ଟ୍ରେଲିଆର ମେଲବର୍ଣ୍ଣ ସହରରେ । ଏଠାରେ ଗୋଟିଏ ବିଲେଇ ଭୂକମ୍ପ ହେବା ପୂର୍ବରୁ ଏହାର ସୂଚନା ଦେଇଛି । ଗତ ବୁଧବାର ଟ୍ଵିଟରରେ ଦିଆଯାଇଥିବା ଏକ ଭିଡିଓରେ ଦେଖାଯାଇଛି ଯେ କେରଳ ନାମକ ଏକ ଧଳା ବିଲେଇ ଏକ ମାଛ ସହ ଖେଳୁଥିବା ବେଳେ ଭୂକମ୍ପର ପ୍ରାକ୍ ସୂଚନା ପାଇ ହଠାତ ସତର୍କ ହୋଇଯାଇଛି । ସେ ଏକ ଖେଳନା ମାଛ ସହ ଖେଳୁଥିବା ବେଳେ ଖେଳ ଛାଡ଼ି ହଠାତ୍ ଏକ ସୁରକ୍ଷିତ ସ୍ଥାନକୁ ଚାଲିଯାଉଛି । ସେଠାରେ ଯାଇ ଚୁପ୍ଚାପ ବସିଯାଉଛି ।
Not a joke: the earthquake started as I was filming Carol playing with her new floppy fish toy. You can see her notice something’s happening here before I do. I am a dumb woman who thought for a sec *this toy was making the floor shake*. pic.twitter.com/Z3BTPEN0Pl
— Brodie Lancaster (@brodielancaster) September 21, 2021
ବିଲେଇ ଚୁପ ହୋଇ ବସିବାର କିଛି ସେକେଣ୍ଡ ପରେ ସେଠାରେ ଭୂକମ୍ପର ଝଟକା ଦେଖିବାକୁ ମିଳିଛି । ସବୁଠୁ ଆଶ୍ଚର୍ଯ୍ୟ କଥା ଯେ ବିଲେଇ ଖେଳୁଥିବା ସ୍ଥାନରେ ଭୂକମ୍ପ ପରେ ଦୁର୍ଘଟଣା ଘଟିଥିବା ଜଣାଯାଇଛି । ଯେଉଁଠି ବିଲେଇ ଖେଳୁଥିଲା ସେଠାରେ ଏକ ବଡ଼ ଫଟୋ ଭାଙ୍ଗି ପଡ଼ିଥିବା ଦେଖିବାକୁ ମିଳିଥିଲା । ବିଲେଇଟି ବୋଧହୁଏ ଭୂକମ୍ପ ପୂର୍ବରୁ ସେଠାରେ ଅଘଟଣର ସୂଚନା ପାଇସାରିଥିଲା । ଫଳରେ ସେ ଏକ ସୁରକ୍ଷିତ ସ୍ଥାନକୁ ଚାଲିଯାଇଥିଲା । ଏହି ଭିଡିଓଟିକୁ ବିଲେଇର ମାଲିକାଣି ପକାଇ ଥିବା ବେଳେ ଭିଡିଓଟି ଭାଇରାଲ ହୋଇଛି ।