Below header

ଜମି ବଦଳରେ ଚାକିରି ଦୁର୍ନୀତି: ଲାଲୁ, ଜେତସ୍ୱୀଙ୍କ ନାଁରେ ସିବିଆଇ ଦାଖଲ କଲା ଚାର୍ଜସିଟ୍‌

ଜମି ବଦଳରେ ରେଲେଓ୍ଵରେ ଚାକିରି ଦୁର୍ନୀତି ମାମଲାରେ ଲାଲୁ ପରିବାରର ସମସ୍ୟା ବଢ଼ିଯାଇଛି। ଏହି ମାମଲାରେ ଲାଲୁ ପ୍ରସାଦ ଯାଦବ, ତାଙ୍କ ପତ୍ନୀ ରାବଡି ଦେବୀ ଓ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ପ୍ରଥମରୁ ହିଁ ତଦନ୍ତର ସାମ୍ନା କରୁଛନ୍ତି। ଏବେ କେନ୍ଦ୍ରୀୟ ତଦନ୍ତ ସଂସ୍ଥା (ସିବିଆଇ) ୩ ଜଣଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ କରିଛି।

ସୋମବାର ଦିଲ୍ଲୀର ରାଉଜ୍‌ ଆଭେନ୍ୟୁ କୋର୍ଟରେ ଚାର୍ଜସିଟ୍ ଦାଖଲ କରାଯାଇଛି। ଲାଲୁ ଯାଦବ, ରାବଡି ଦେବୀ ଓ ତେଜସ୍ୱୀ ଯାଦବଙ୍କ ନାଁରେ ଏହି ଚାର୍ଜସିଟ୍‌ ଦାଖଲ ହୋଇଛି। ଏଥିରେ ୩ ଜଣଙ୍କୁ ଅଭିଯୁକ୍ତ ଭାବରେ ଦର୍ଶାଯାଇଛି।

ତେବେ ଏହା ଉପରେ କୋର୍ଟରେ କୌଣସି ଶୁଣାଣି ହୋଇନାହିଁ। ଆସନ୍ତା ୧୨ ତାରିଖରେ ଏହି ମାମଲା ଶୁଣାଣି ହେବାକୁ ସମୟ ଧାର୍ଯ୍ୟ ହୋଇଛି। କହି ରଖୁଛୁ, ବିହାରରେ ଏହି ଦୁର୍ନୀତି ୧୪ ବର୍ଷ ତଳର। ସେତେବେଳେ କେନ୍ଦ୍ରରେ ୟୁପିଏ ସରକାର ଥିବା ବେଳେ ଲାଲୁ ଯାଦବ ଥିଲେ ରେଳ ମନ୍ତ୍ରୀ। ଏହି ଦୁର୍ନୀତି ମାମଲାରେ ୨୦୨୨ ମେ’ ୧୮ରେ ସିବିଆଇ ମାମଲା ରୁଜୁ କରିଥିଲା।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.