Below header

ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂହ ହୁଡ୍ଡାଙ୍କ ବାସଭବନ ସମେତ ୩୦ଟି ସ୍ଥାନରେ ସିବିଆଇ ରେଡ୍‌

ହରିୟାଣା(କେନ୍ୟୁଜ୍) : ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଭୂପିନ୍ଦର ସିଂହ ହୁଡ୍ଡାଙ୍କ ରୋହତକ ସ୍ଥିତ ବାସଭବନରେ ଚଢ଼ାଉ କରିଛି ସିବିଆଇ । ରେଡ୍‌ ସମୟରେ ଭୂପିନ୍ଦର ସିଂହ ଘରେ ଉପସ୍ଥିତ ଥିଲେ । ହରିୟାଣା ଏବଂ ଦିଲ୍ଲୀର ୩୦ରୁ ଅଧିକ ସ୍ଥାନରେ ଏହି ଚଢ଼ାଉ ଜାରି ରହିଛି । ସୂଚନା ମୁତାବକ ହୁଡ୍ଡା ଏବଂ ଅନ୍ୟ ବ୍ୟକ୍ତିଙ୍କ ନାଁରେ ଏକ ମାମଲା ଦାଏର କରାଯାଇଛି । ଯାହା ୨୦୦୪ରୁ ୨୦୦୭ ମଧ୍ୟରେ ଜମି ଆବଣ୍ଟନ ଘଟଣାରେ ସଂପୃକ୍ତ । ଆପଣକୁ ଏଠାରେ କହି ରଖୁଛୁ, ମୁଖ୍ୟମନ୍ତ୍ରୀ ଥିବା ବେଳେ ହୁଡ୍ଡା ହରିୟାଣା ସହର ବିକାଶ ପ୍ରଧିକରଣର ଅଧ୍ୟକ୍ଷ ଥିଲେ । ସେହି ସମୟରେ ଏଜେଏଲକୁ ଜମି ଆବଣ୍ଟନ ହୋଇଥିଲା । ପଞ୍ଚକୁଲର ସେକ୍ଟର-୬ରେ ଜମି ସଂଖ୍ୟା ସି-୧୭କୁ ୨୦୦୫ରେ ଏଜେଏଲକୁ ପୁଣି ବେଆଇନ ଭାବେ ଆବଣ୍ଟିତ କରାଯାଇଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.