ବଲିଉଡ଼ରେ ନେତାଜୀ : ବୋଷଙ୍କ ଡ଼ାଇଲଗ୍ ଶୁଣି ଦର୍ଶକଙ୍କ ଉଡ଼ିଗଲା ହୋସ୍

ଭାରତର ସୁପୁତ୍ର ନେତାଜୀ ସୁବାଷ ଚନ୍ଦ୍ର ବୋଙ୍କର ଜନ୍ମ ୨୩ ଜାନୁଆରୀ ୧୮୯୭ ମସିହାରେ ହୋଇଥିଲା। ଭାରତକୁ ସ୍ବାଧିନତା ଦେବାରେ ନେତାଜୀଙ୍କର ବହୁତ ଯୋଗଦାନ ରହିଥିଲା। ଦେଶକୁ ସ୍ବାଧିନତା ଦେବାସମୟରେ ନେତାଜୀଙ୍କ ଉପରେ ହୋଇଥିବା ଆକ୍ରମଣ କେତେକ ଫିଲ୍ମରେ ଦେଖିବାକୁ ମିଳେ। ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୀବନୀ ଉପରେ କେତେକ ଭାରତୀୟ ସିନେମା ନିର୍ମାଣ ହୋଇସାରିଛି। ଦର୍ଶକ ମଧ୍ୟ ଏହାକୁ ବହୁତ ପସନ୍ଦ କରିଛନ୍ତି। ତେବେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ ଅଧିକ କିଛି।

ଫିଲ୍ମ ନେତାଜୀ ସୁବାଷ ଚନ୍ଦ୍ର ବୋଷ : ଫୋରଗଟନ ହିରୋ

subashଏହି ସିନେମା ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୀବନର ମୁଖ୍ୟ ଘଟଣା ଉପରେ ଆଧାରିତ। ଏହି ଫତଲ୍ମରେ ଆକ୍ଟର ସଚିନ୍ ଖେଡ଼େକର ନେତାଜୀଙ୍କ ଚରିତ୍ରରେ ଅଭିନୟ କରିଥିଲେ ଏବଂ ଏହି ଅଭିନୟଟିକୁ ସେ ଠିକ୍ ଭାବେ ପରିଚାଳନା କରିପାରିଥିଲେ। ଯାହାକୁ ମଧ୍ୟ ଦର୍ଶକମାନେ ଖୁବ୍ ପସନ୍ଦ କରିଥିଲେ। ଫିଲ୍ମ ଫରଗଟନ ହିରୋ ୨୦୦୫ ମସିହାରେ ରିଲିଜ୍ ହୋଇଥିଲା। ଏହାର ନିର୍ଦ୍ଦେଶନା ଶ୍ୟାମ୍ବେନେଗଲ କରିଥିଲେ।

ଫିଲ୍ମ – ବୋଷ: ଡ଼ୈଡ଼/ଅଲାଇବ

ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଉପରେ ଆଧାରିତ ଏହା ପ୍ରଥମ ୱେବ ସିରିଜ୍। ଏହି ୱେବ ସିରିଜରେ ଅଭିନେତା ରାଜ୍କୁମାର ରାଓ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଏହି ସିନେମା ଟି ୨୦୧୬ ମସିହା ଷ୍ଟିମିଙ୍ଗ୍ ପ୍ଲାଟର୍ଫମ ଏଏଲ୍ଟି ବାଲାଜୀରେ ରିଲିଜ୍ ହୋଇଥିଲା। ଏହି ୱେବ ସିରିଜ୍ ମଧ୍ୟ ବହୁତ ଚର୍ଚ୍ଚାରେ ଥିଲା।

boseଫିଲ୍ମ – ମିଶନ୍ ବନ୍ଦେ ମାତରମ୍

ଏହି ସିନେମାଟି ପ୍ରକ୍ତରେ ତାମିଲ୍ ଭାଷାରେ ନିର୍ମାଣ କରାଯାଇଛି। ତାମିଲ୍ ଭାଷାରେ ଏହି ସିନେମାର ନାମ ସୁବାଷ ଚନ୍ଦ୍ର ବୋଷ ରହିଥିଲା,କିନ୍ତୁ ହିନ୍ଦୀ ଭାଷାରେ ଏହି ସିନେମା ର ନାମ ମିଶନ୍ ବନ୍ଦେ ମାତରମ ନାମରେ ରିଲିଜ୍ ହୋଇଥିଲା। ଏହି ସିନେମାରେ ସାଉଥ୍ ଆକ୍ଟର ୱେକଟେସ୍ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।ଏହି ସିନେମା ୨୦୦୫ ମସିହାରେ ରିଲିଜ୍ ହୋଇଥିଲା।

ଫିଲ୍ମ – ନେତାଜୀ ସୁବାଷ ଚନ୍ଦ୍ର ବୋଷ

ଏହା ଏକ ବଙ୍ଗାଳି ସିନେମା,ଯାହା ୧୯୬୬ ମସିହାରେ ରିଲିଜ୍ ହୋଇଥିଲା। ଏହି ସିନେମାର ନିର୍ଦ୍ଦେଶନା ହେମନ ଗୁପ୍ତା କରିଥିଲେ। ଏହି ଫିଲ୍ମକୁ ଦର୍ଶକମାନେ ବହୁତ୍ ପସନ୍ଦ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.