ପୋଲାଭରମ୍ ଜାତୀୟ ପ୍ରକଳ୍ପକୁ ସାରିବା ପାଇଁ କେନ୍ଦ୍ର ପ୍ରତିବଦ୍ଧ !

ପୋଲାଭରମ ଏକ ଜାତୀୟ ପ୍ରକଳ୍ପ। ଏହାକୁ ଶେଷ କରିବାକୁ କେନ୍ଦ୍ର ସରକାର ପ୍ରତିବଦ୍ଧ। ଆନ୍ଧ୍ରବାସୀଙ୍କ ଉନ୍ନତି ଏହି ପ୍ରକଳ୍ପର ମୂଳ ଉଦ୍ଦେଶ୍ୟ। ଏହି ପ୍ରକଳ୍ପ ଆନ୍ଧ୍ରର ଚାଷୀଙ୍କୁ ନୂଆ ଜୀବନ ଦେବ। ପ୍ରକଳ୍ପ ଦ୍ୱାରା ୯୬୦ ମେଗାଓ୍ଵାଟ ବିଦ୍ୟୁତ ଉତ୍ପାଦନ ହେବ। ଫଳରେ ଏଥିରୁ ଓଡ଼ିଶା, ତେଲେଙ୍କାନା ଓ ଛତିସଗଡ ଲାଭ ପାଇବେ । ଗତକାଲି ପୋଲାଭରମ ପ୍ରକଳ୍ପ ବୁଲି କାମର ସମୀକ୍ଷା କରିବା ପରେ କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ନୀତିନ ଗଡକରୀ ଏହା କହିଛନ୍ତି ।
ସେହିପରି ଉନ୍ନତିମୂଳକ ପ୍ରକଳ୍ପକୁ ନେଇ ରାଜନୀତି କରାନଯାଉ ବୋଲି ଗଡକରୀ କହିବା ସହ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାରଙ୍କ ସହାୟତା ଜାରି ରହିବ ବୋଲି ଘୋଷଣା କରିଛନ୍ତି । ଦ୍ରୁତଗତିରେ ପୋଲାଭରମ୍ ପ୍ରକଳ୍ପ କାମ ଚାଲିଛି ୨୦୧୯ ମାର୍ଚ୍ଚ ସୁଦ୍ଧା ପ୍ରକଳ୍ପ କାମ ଶେଷ ହେବ ବୋଲି ଗଡକରୀ ଆଶା ରଖିଛନ୍ତି। ସେପଟେ ଶୀଘ୍ର ପ୍ରକଳ୍ପ କାମ ଶେଷ କରିବାକୁ ଗଡକରୀଙ୍କୁ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଅନୁରାଧ କରିଛନ୍ତି ।