Below header

କରୋନାରୁ ସୁସ୍ଥ ହେଲେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ କରୋନା ରିପୋର୍ଟ ଆଜି ନେଗେଟିଭ ଆସିଥିବା ଜଣାଯାଇଛି । ଏନେଇ ସୂଚନା ଶ୍ରୀଯୁକ୍ତ ଶାହ ନିଜେ ହିଁ ନିଜ ଟ୍ୱିଟର ଆକାଉଣ୍ଟରେ ଦେଇଛନ୍ତି । ନିଜ ଟ୍ୱିଟର ଆକାଉଣ୍ଟରେ ସେ କହିଛନ୍ତିକି, “ଆଜି ମୋର କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଛି । ଏଥିପାଇଁ ମୁଁ ଈଶ୍ୱରଙ୍କୁ ଧନ୍ୟବାଦ ଜଣାଉଛି । ଏପରି ଏକ ଦୁହସମୟରେ ଯେଉଁମାନେ ମୋର ସୁସ୍ଥତା ନେଇ ଶୁଭକାମନା ଦେବା ସହ ମୋର ଓ ମୋ ପରିବାରର ସାହସ ବଢ଼ାଇଛନ୍ତି ସେମାନଙ୍କୁ ହୃଦୟର ସହ ଧନ୍ୟବାଦ ଜଣାଉଛି । ରିପୋର୍ଟ ନେଗେଟିଭ ଆସିଥିଲେ ବି ମୁଁ ଆହୁରି କିଛି ଦିନ ହୋମ ଆଇସୋଲେସନରେ ହିଁ ରହିବି ।

ଏହା ସହ ସେ କହିଛନ୍ତିକି, “ମାରାତ୍ମକ କରୋନା ସଂକ୍ରମଣ ସହ ଲଢ଼ିବାରେ ମୋର ସାହାଯ୍ୟ କରିଥିବା ଓ ଲଗାତାର ସେବା ଯୋଗାଇ ମୋତେ ସୁସ୍ଥ କରିଥିବା ମେଦାନ୍ତ ହସ୍ପିଟାଲର ଷ୍ଟାଫ ମାନଙ୍କୁ ମୁଁ ଧନ୍ୟବାଦ ଜଣାଉଛି ।”

କହିରଖିବା ଉଚିତ ହେବକି, ଗତ ଅଗଷ୍ଟ ୨ ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିଲା । ନିଜେ ଗୃହମନ୍ତ୍ରୀ ହିଁ ଏବାବଦରେ ସୂଚନା ଦେଇଥିଲେ । ଏହା ପରେ ତାଙ୍କୁ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇ ଆସୁଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.