Below header

ସୋସିଆଲ୍‌ ମିଡିଆ ହବ୍‌ ପ୍ରସ୍ତାବରୁ ଓହରିଲେ କେନ୍ଦ୍ର ସରକାର

ସୋସିଆଲ୍‌ ମିଡିଆ ହବ୍‌ ପ୍ରସ୍ତାବରୁ ଓହରିଲେ କେନ୍ଦ୍ର ସରକାର । ଏଣିକି ଆଉ ସୋସିଆଲ୍‌ ମିଡିଆ ଉପରେ ନଜର ରଖାଯିବ ନାହିଁ । ଆଜି ସୁପ୍ରିମକୋର୍ଟଙ୍କୁ ଏକଥା ଜଣାଇଛନ୍ତି ଆଟର୍ଣ୍ଣି ଜେନେରାଲ୍‌ କେ. କେ. ବେଣୁଗୋପାଳ । ସୋସିଆଲ୍‌ ମିଡିଆ ହବ୍‌ ପ୍ରସ୍ତାବକୁ ନେଇ ସୁପ୍ରିମକୋର୍ଟରେ ମାମଲା ରୁଜୁ ହୋଇଥିଲା । ଚ୍ୟାଲେଞ୍ଜ କରିଥିଲେ ତୃଣମୂଳ କଂଗ୍ରେସ ବିଧାୟକ ମୋହୁଆ ମୌତ୍ର । ଆବେଦନକାରୀ ଦର୍ଶାଇଥିଲେ ଯେ, ସୋସିଆଲ୍‌ ମିଡିଆ ହବ୍‌ ଦ୍ୱାରା ସ୍ୱାଧୀନ ମତ ଅଧିକାରର ଏହା ଉଲ୍ଲଂଘନ କରିବ । ଏହି ପ୍ରସ୍ତାବ ଜନସାଧାରଣଙ୍କର ସୋସିଆଲ୍‌ ମିଡିଆ କାର୍ୟ୍ୟକଳାପ ଉପରେ ଗୁପ୍ତରେ ନଜର ରଖିବ ବୋଲି ଅଭିଯୋଗ ହୋଇଥିଲା ।

ଏହାପରେ ସୋସିଆଲ୍‌ ମିଡିଆ ହବ୍‌ ପ୍ରସ୍ତାବ ବିଜ୍ଞପ୍ତିକୁ ସରକାର ପ୍ରତ୍ୟାହାର କରିଥିବା ସୁପ୍ରିମକୋର୍ଟ ଖଣ୍ଡପୀଠଙ୍କୁ ଅବଗତ କରାଇଛନ୍ତି ଆଟର୍ଣ୍ଣିଂ ଜେନେରାଲ୍‌ କେ. କେ. ବେଣୁଗୋପାଳ । ସୋସିଆଲ୍‌ ମିଡିଆ ନୀତିକୁ ସମୀକ୍ଷା କରାଯାଉଥିବା କୋର୍ଟଙ୍କୁ ଜଣାଇଛନ୍ତି କେନ୍ଦ୍ର ସରକାର । ଅନ୍‌ଲାଇନ୍‌ ଡାଟା ମନିଟରିଂ ପାଇଁ ସୋସିଆଲ୍‌ ମିଡିଆ ସହ ନ୍ୟୁଜ୍‌ ସାଇଟ୍‌, ଡିଜିଟାଲ୍‌ ଚ୍ୟାନେଲ୍‌ ଓ ବ୍ଲଗ୍‌ଗୁଡ଼ିକରେ ପ୍ରକାଶ ପାଉଥିବା ଲେଖା ଉପରେ ନଜର ରଖିବାକୁ ଯୋଜନା କରିଥିଲେ କେନ୍ଦ୍ର ସରକାର । ବିରୋଧ ପରେ ୟୁ-ଟର୍ଣ୍ଣ ନେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.