ଏହି ୫ଟି ଉପାୟରେ ଜାଣନ୍ତୁ କିଏ ଆପଣଙ୍କର ଭଲ ସାଙ୍ଗ ଏବଂ କିଏ ଖରାପ ସାଙ୍ଗ !

ଦୁନିଆରେ ସବୁଠାରୁ କଷ୍ଟ କାମ ହୋଇଥାଏ କାହାକୁ ଚିହ୍ନିବା । ଏହି କାମଟି ସେତେବେଳେ ବେଶୀ କଷ୍ଟ ଲାଗିଥାଏ ଯେତେବେଳେ ନିଜର କୌଣସି ସାଙ୍ଗ ବିଷୟରେ ଏହା ନିର୍ଣ୍ଣୟ କରିପାରିବା ସେ ଆମର ସଚ୍ଚା ସାଙ୍ଗ ହୋଇଥାଏ କି ନାହିଁ । କହି ରଖୁଛୁ ଏହି ରବିବାର ୫ ଅଗଷ୍ଟକୁ ଆସୁଛି ଫ୍ରେଣ୍ଡସିପ୍ ଡେ । ଏହି ଅବସରରେ ସମସ୍ତେ ନିଜର ଖାସ୍ ସାଙ୍ଗଙ୍କୁ ମନେପକାଇ ଥାଆନ୍ତି । କିନ୍ତୁ ଆପଣ କ’ଣ ଜାଣିଛନ୍ତି ଗୋଟେ ଭଲ ସଚ୍ଚା ସାଙ୍ଗ ଏବଂ ମତଲବି ସାଙ୍ଗଙ୍କ ଭିତରେ ଥିବା ଫରକ୍ ?

ଆସନ୍ତୁ ଜାଣିବେ କ’ଣ ରହିଛି ଫରକ୍-

• ପ୍ରକୃତ ସାଙ୍ଗ ଆପଣଙ୍କ ସମସ୍ତ କାମରେ ଜାଣିଥାନ୍ତି । ସେ ଭଲଭାବେ ଜାଣିଥାନ୍ତି ଆପଣଙ୍କ ସହ କେଉଁ ପରିସ୍ଥିତିରେ କିପରି ବ୍ୟବହାର କରିବେ । ସେ ଆପଣଙ୍କୁ ରଗାଇବା ସ୍ଥାନରେ ଭଲରେ ବୁଝାଇବା ପାଇଁ ଚେଷ୍ଟା କରିଥାନ୍ତି । କିନ୍ତୁ ଯଦି ଆପଣଙ୍କ ସାଙ୍ଗ ମତଲବି ତେବେ ସେ ଆପଣଙ୍କୁ ଲୋକ ମାନଙ୍କ ବିଷୟରେ ମତାଇଥାଏ । ଏମିତି ଲୋକଙ୍କ ଠାରୁ ସର୍ବଦା ଅଲଗା ହୋଇ ରୁହନ୍ତୁ ।

• ଆପଣଙ୍କ ପ୍ରକୃତ ସାଙ୍ଗ ଆପଣଙ୍କର ସବୁ ଗୁପ୍ତ କଥାକୁ ଗୁପ୍ତ ହିଁ ରଖିଥାଏ । ପ୍ରକୃତ ସାଙ୍ଗ ମାନଙ୍କ ସହ ଅନେକ ଗୁପ୍ତ କଥା ରହିଥାଏ । ଯେବେବି ଆପଣ ଉଦାସ ବା ନିରାଶ ହୋଇଥାନ୍ତି ସେହି ସମୟରେ ସର୍ବଦା ଆପଣଙ୍କର ପ୍ରକୃତ ସାଙ୍ଗର କାନ୍ଧ ସବୁବେଳେ ଆପଣଙ୍କ ପାଖରେ ଥାଏ । ଟାଇମପାସ୍ କରୁଥିବା ସାଙ୍ଗ କେବଳ ଆପଣଙ୍କ ଖୁସିରେ ସାମିଲ୍ ହୋଇଥାନ୍ତି ।

• ଆପଣଙ୍କ ପ୍ରକୃତ ସାଙ୍ଗ ସର୍ବଦା ଆପଣଙ୍କୁ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ଥାନ୍ତି । ପ୍ରକୃତ ସାଙ୍ଗ ଆପଣଙ୍କ ପାଖରେ ଥାନ୍ତୁ କି ନଥାନ୍ତୁ , ସାଥିରେ ପାଠ ପଢନ୍ତୁ ବା ନପଢନ୍ତୁ ତା’ପରେ ବି ସେମାନେ ଆପଣଙ୍କୁ ଦେଖା କରିବା ପାଇଁ ଆପଣଙ୍କ ସହ କଥା ହେବା ପାଇଁ ସବୁ ବେଳେ ସମୟ କାଢି ହିଁ ନିଅନ୍ତି ।

• ଯଦି ଆପଣଙ୍କ କେଉଁବି କଥା ତାଙ୍କୁ ଭଲ ଲାଗି ନଥାଏ ତା’ପରେ ମଧ୍ୟ ସେମାନେ ଆପଣଙ୍କ ସହ କଥା ହୋଇଥାନ୍ତି । ଆପଣଙ୍କୁ ସାଙ୍ଗେ ସାଙ୍ଗେ କ୍ଷମା ମଧ୍ୟ କରିଦେଇଥାନ୍ତି । କିନ୍ତୁ ମତଲବି ସାଙ୍ଗ ସର୍ବଦା ଆପଣଙ୍କ ସହ ଝଗଡା କରିଥାନ୍ତି । ଆପଣଙ୍କ ପଛରେ ଆପଣଙ୍କ ନାଁରେ ଅନ୍ୟ ଆଗରେ ଗପିଥାନ୍ତି ।

ମନେରଖନ୍ତୁ ଯିଏ ସର୍ବଦା ଆପଣଙ୍କ ସଫଳତାରେ ଆପଣଙ୍କ ସହ ଛିଡା ହେଉଛନ୍ତି, ଯିଏ ଆପଣଙ୍କ ଖୁସି ସମୟରେ ଅଧିକ ଖୁସି ହୋଇଥାନ୍ତି ଏବଂ ଯିଏ ଆପଣଙ୍କ ଦୁଃଖରେ ଅଧିକ ଦୁଃଖି ସେହି ବ୍ୟକ୍ତି ହିଁ ଆପଣଙ୍କର ଭଲ ସାଙ୍ଗ ହୋଇଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.