ବିଭିନ୍ନ ପ୍ରକାର ରଙ୍ଗର ସାବୁନରୁ କାହିଁକି କେବଳ ଧଳା ରଙ୍ଗର ଫେଣ ହିଁ ବାହାରିଥାଏ ?

କପଡା ଧୋଇବା ସମୟରେ,ଗାଧୋଇବା ସମୟରେ କି ଛୋଟ ବେଳେ ସାବୁନ୍ ଫେଣରେ ଫୋଟକା ଉଡାଇବା ସମୟରେ ଆପଣ ଗୋଟେ କଥା ନିଶ୍ଚୟ ନଜର କରିଥିବେ ସବାନରୁ ବାହାରୁଥିବା ଫେଣର ରଙ୍ଗ ଧଳା ହୋଇଥାଏ । କିନ୍ତୁ ଏମିତି କାହିଁକି ହୋଇଥାଏ, କେବେ ଭାବିଛନ୍ତି ? ସାବୁନ୍ ଯୋଉ ବି ରଙ୍ଗର ହେଉନା କାହିଁକି ଏହାର ଫେଣ କିନ୍ତୁ ଧଳା ରଙ୍ଗର ହିଁ ହୋଇଥାଏ । ଅଧିକ ଭାବନ୍ତୁ ନାହିଁ, ଏହାର କାରଣ ଆମେ ଆପଣଙ୍କୁ ଜଣାଉଛୁ –

ସାବୁନ ବା ସର୍ଫର ଫେଣର ରଙ୍ଗ କାହିଁକି ଧଳା ହୋଇଥାଏ ,ଏହା ଜାଣିବାକୁ ହେଲେ ଆପଣଙ୍କୁ ଅପଣଙ୍କ ସ୍କୁଲ୍ ସମୟକୁ ଫେରିବାକୁ ପଡିବ । ଯେତେବେଳେ ଆପଣ ଛାତ୍ର ଥିଲେ, ସେତେବେଳେ ଆପଣଙ୍କ ବିଜ୍ଞାନ କ୍ଲାସରେ ଏହାର ଉତ୍ତର ଦିଆଯାଇଥିଲା । ଯାହାକୁ ଆପଣ ବର୍ତ୍ତମାନ ଭୁଲିଯାଛନ୍ତି ।

ବିଜ୍ଞାନ କ୍ଲାସରେ ଆପଣଙ୍କୁ ଏହା କୁହାଯାଇଥିଲା, କି କୌଣସି ବସ୍ତୁର ନିଜର ରଙ୍ଗ ନଥାଏ । ବାସ୍ତବରେ ଯେତେବେଳେ ସୂର୍ୟ୍ୟ କିରଣ କୌଣସି ବସ୍ତୁ ଉପରେ ପଡେ ସେତେବେଳେ ସେ ଗୋଟାଏ ରଙ୍ଗକୁ ଛାଡି ସମସ୍ତ ରଙ୍ଗକୁ ଶୋଷି ନେଇଥାଏ । ଏହା ପରେ ସେ ଯେଉଁ ରଙ୍ଗଟିକୁ ପରିବର୍ତ୍ତିତ କରିଥାଏ, ଏହା ହିଁ ତା’ର ରଙ୍ଗ ହୋଇଥାଏ ।

ଏହି ନିୟମ କହିଥାଏ କି, ଯେଉଁ ବସ୍ତୁ ସମସ୍ତ ରଙ୍ଗକୁ ଶୋଷି ନେଇଥାଏ ସେ କଳା ଏବଂ ଯିଏ ସମସ୍ତ ରଙ୍ଗକୁ ପ୍ରତିଫଳିତ କରିଥାଏ ସେ ଧଳା ରଙ୍ଗ ହୋଇଥାଏ । ଏହା ହିଁ ସାବୁନ ସହ ହୋଇଥାଏ ।

ସାବୁନ୍ ଯେତେବେଳେ ପାଣି ସହ ମିଶିଥାଏ, ସେବେ ତା‘ର କୋଣ ପବନ ସହ ନମିଶିବା ପାଇଁ ଫୋଟକା ତିଆରି କରିଥାଏ । ଏହି ଫୋଟକା ଗୋଲାକାର ହୋଇଥାଏ ଏଥିପାଇଁ ଏଥିରେ ଆଲୋକ ସହଜରେ ପ୍ରତିଫଳିତ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.