ଆସନ୍ତାବର୍ଷ ଆରମ୍ଭ ହେବ ମିଶନ ଚନ୍ଦ୍ରାୟନ-୩, ଇସ୍ରୋ ମୁଖ୍ୟ ଡକ୍ଟର ଏସ୍‌. ସୋମନାଥଙ୍କ ସୂଚନା

କେନ୍ୟୁଜ୍(ବ୍ୟୁରୋ):ଇସ୍ରୋର ଚନ୍ଦ୍ର ମିଶନ ନେଇ ସାମନାକୁ ଆସିଲା ବଡ଼ ଖବର । ଆସନ୍ତାବର୍ଷ ମିଶନ ଚନ୍ଦ୍ରାୟନ-୩ ଆରମ୍ଭ ହେବ । ଜୁନରେ ଲଞ୍ଚ ହେବ ଚନ୍ଦ୍ରାୟନ-୩ । ଏନେଇ ଇସ୍ରୋ ମୁଖ୍ୟ ଡକ୍ଟର ଏସ୍‌. ସୋମନାଥ ସୂଚନା ଦେଇଛନ୍ତି । ଚନ୍ଦ୍ରାୟନ-୩ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି । ସମସ୍ତ ପରୀକ୍ଷା ଶେଷ ହୋଇଛି । ବାକି ରହିଛି ଆଉ କିଛି ପରୀକ୍ଷା । ଖୁବଶୀଘ୍ର ସେସବୁ ପ୍ରକ୍ରିୟା ସରିବ । ଚନ୍ଦ୍ରାୟନ-୩ ପରୀକ୍ଷଣ ପାଇଁ ଫେବ୍ରୁଆରୀ ଓ ଜୁନରେ ଦୁଇଟି ସ୍ଲଟ୍‌ ଉପଲବ୍ଧ ରହିଛି । ଏଥିରୁ ଜୁନରେ ଚନ୍ଦ୍ର ମିଶନ ନେଇ ନିଷ୍ପତ୍ତି ନେଇଛି ଇସ୍ରୋ । ପୂର୍ବରୁ ୨୦୧୯ ସେପ୍ଟେମ୍ବରରେ ଇସ୍ରୋର ଚନ୍ଦ୍ରାୟନ-୨ ମିଶନ ବିଫଳ ହୋଇଥିଲା । ଚନ୍ଦ୍ରପୃଷ୍ଠରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଲାଣ୍ଡର ବିକ୍ରମ । ଫଳରେ ଚନ୍ଦ୍ରପୃଷ୍ଠରେ ଓହ୍ଲାଇ ପାରି ନଥିଲା ରୋଭର୍‌ ।

ଇସ୍ରୋ ମୁଖ୍ୟ ସୋମନାଥ କହିଛନ୍ତି, ଚନ୍ଦ୍ରାୟାନ-୩ ବର୍ତ୍ତମାନ ପ୍ରସ୍ତୁତ । ଏହା ଚନ୍ଦ୍ରାୟା-୨ର ପ୍ରତିକୃତି ନୁହେଁ । ରୋଭର ସେଠାରେ ଅଛି । ଇଞ୍ଜିନିୟରିଂ ବି ସମ୍ପୂର୍ଣ୍ଣ ଭିନ୍ନ । ଅନେକ କିଛି ପରିବର୍ତ୍ତନ କରାଯାଇଛି । ପୂର୍ବ ମିଶନରେ ଦେଖାଦେଇଥିବା ସମସ୍ୟା ଦେଖାଦେବ ନାହିଁ ବୋଲି କହିଛନ୍ତି ଇସ୍ରୋ ମୁଖ୍ୟ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.