Below header

ଚନ୍ଦ୍ରାୟନ-୨ ପାଇଁ ଚାଲିଛି କାଉଣ୍ଟ ଡାଉନ, ଆଜି ଅପରାହ୍ନ ୨ଟା ୪୩ ମିନିଟ୍‌ରେ ବାହୁବଳୀ ରକେଟର ହେବ ଉତ୍‌କ୍ଷେପଣ

ଚନ୍ଦ୍ରାୟନ-୨ ପାଇଁ ଚାଲିଛି କାଉଣ୍ଟ ଡାଉନ । ଆଜି ଅପରାହ୍ନ ୨ଟା ୪୩ ମିନିଟ୍‌ରେ ଜିଏସ୍‌ଏଲ୍‌ଭି ଏମ୍‌କେ ଥ୍ରୀର ଉତ୍‌କ୍ଷେପଣ ହେବ। ଜୁଲାଇ ୧୫ରେ ହେବାକୁ ଥିବା ଉତ୍‌କ୍ଷେପଣ ଶେଷ ମୂହୁର୍ତ୍ତରେ ବାତିଲ ହୋଇଥିଲା। ଏଥର ତ୍ରୁଟି ସୁଧାରି ପୁଣି ଉତ୍‌କ୍ଷେପଣ ପାଇଁ ପ୍ରସ୍ତୁତ ହୋଇଛି ଇସ୍ରୋ। ଏହି ପ୍ରକଳ୍ପ ପାଇଁ ସମୁଦାୟ ୯୭୮କୋଟି ଟଙ୍କାର ବ୍ୟୟବରାଦ ହୋଇଛି। ଚନ୍ଦ୍ରଯାନ-୨ ପାଇଁ ୬୦୩ କୋଟି ଓ ଜିଏସଏଲଭି ଏମକେ- ୩ ରକେଟ ପାଇଁ ୩୭୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଚନ୍ଦ୍ରାୟାନ-୨ ବିଶ୍ୱର ପ୍ରଥମ ସ୍ପେସ୍‌ ମିଶନ, ଯାହା ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ। ଭାରତର ନିଜସ୍ୱ ଜ୍ଞାନ କୌଶଳ ଜରିଆରେ ଚନ୍ଦ୍ରରେ ଅବତରଣ କରିବ ଲ୍ୟାଣ୍ଡର।

ଚନ୍ଦ୍ରରେ ଅବତରଣ କରିବାରେ ଭାରତ ହେବ ଚତୁର୍ଥ ଦେଶ। GSLV Mk-III ରକେଟ୍‌ ସଂପୂର୍ଣ୍ଣ ଭାବେ ଭାରତରେ ନିର୍ମିତ। ଇସ୍ରୋ ବୈଜ୍ଞାନିକ ଏହାର ଡାକ ନାଁ ଫ୍ୟାଟ୍‌ ବଏ ରଖିଛନ୍ତି। ମିଡିଆରେ ବାହୁବଳୀ ନାଁରେ ଲୋକପ୍ରିୟ ହୋଇଛି। ରକେଟର ତିନିଟି ଷ୍ଟେଜ୍‌। ପ୍ରଥମ ଷ୍ଟେଜ୍‌ ସଲିଡ ରକେଟ୍‌ ବୁଷ୍ଟର, ଦ୍ୱିତୀୟ ଷ୍ଟେଜ୍‌ ଲିକ୍ୟୁଡ୍‌ ଷ୍ଟେଜ୍‌ ଓ ତୃତୀୟ, କ୍ରାୟୋଜେନିକ ଅପର ଷ୍ଟେଜ୍‌। ରକେଟ ଉତ୍‌କ୍ଷେପଣର ୧୬ ମିନିଟ ପରେ ପୃଥିବୀର ପାର୍କିଂ କକ୍ଷରେ ପହଞ୍ଚିବ, ମହାକାଶ ଯାନ। ପୃଥିବୀର କକ୍ଷ ପଥ ଚାରିପଟେ ବୁଲି ବୁଲି ଏହା ଧିରେ ଧିରେ ଉପରକୁ ଉଠିବ, ଏହାପରେ ଚନ୍ଦ୍ରର କକ୍ଷ ପଥରେ ପ୍ରବେଶ କରିବ। ଅରବିଟର ଚନ୍ଦ୍ରର କକ୍ଷପଥରେ ପହଞ୍ଚିିବା ପରେ, ସେଥିରୁ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବ ଲ୍ୟାଣ୍ଡର ବିକ୍ରମ। ବିକ୍ରମ ଭିତରୁ ବାହାରି ଚନ୍ଦ୍ରପୃଷ୍ଟରେ ଅନୁଧ୍ୟାନ କରି ରୋଭର ପ୍ରଜ୍ଞାନ। ଛଅ ଚକିଆ ଏହି ରୋଭର ୫ଶହ ମିଟର ଯାଇ ପାରିବ। ରୋଭର ଚନ୍ଦ୍ରପୃଷ୍ଠରେ ମାଗ୍ନେସିୟମ, କାଲସିୟମ, ଆଇରନ ଭଳି ଉପାଦାନର ସନ୍ଧାନ ପାଇଁ ଚନ୍ଦ୍ରପୃଷ୍ଠରେ ଥିବା ଶିଳାର ଫଟୋ ଉଠାଇବ। ଚନ୍ଦ୍ରର ଅନ୍ଧକାର ପାର୍ଶ୍ୱକୁ ମଧ୍ୟ ଏହି ମିସନ ଅଧ୍ୟୟନ କରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.