ଚନ୍ଦ୍ରକୁ ଛୁଇଁବାକୁ ଆଉ ୫ ଦିନ, ଆଜି ଅପରାହ୍ଣ ୪ଟାରେ ଲ୍ୟାଣ୍ଡର ବିକ୍ରମ ନିମ୍ନ କକ୍ଷପଥକୁ ଓହ୍ଲାଇବ

ଚନ୍ଦ୍ରର ଅତି ନିକଟତର ହେଉଛି ଚନ୍ଦ୍ରଯାନ । ପ୍ରପଲସନ୍ ମଡ୍ୟୁଲଠାରୁ ଅଲଗା ହେବା ପରେ ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ର କକ୍ଷପଥରେ ପରିକ୍ରମା କରୁଛି । ଆଜି ଆଉ ଗୋଟିଏ ଅପରେସନ୍ ରହିଛି । ଅପରାହଣ ୪ଟାରେ ନିମ୍ନ କକ୍ଷପଥକୁ ଓହ୍ଲାଇବ । ଅର୍ଥାତ ଉଚ୍ଚତା ହ୍ରାସ କରାଯିବ । ୨୦ ତାରିଖ ରାତିରେ ଲ୍ୟାଣ୍ଡର ମଡ୍ୟୁଲର ଡିଅର୍ବିଟିଂ ହେବ ।

ନୂଆଦିଲ୍ଲୀ : ଚନ୍ଦ୍ରର ଅତି ନିକଟତର ହେଉଛି ଚନ୍ଦ୍ରଯାନ । ପ୍ରପଲସନ୍ ମଡ୍ୟୁଲଠାରୁ ଅଲଗା ହେବା ପରେ ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ର କକ୍ଷପଥରେ ପରିକ୍ରମା କରୁଛି । ଆଜି ଆଉ ଗୋଟିଏ ଅପରେସନ୍ ରହିଛି । ଅପରାହଣ ୪ଟାରେ ନିମ୍ନ କକ୍ଷପଥକୁ ଓହ୍ଲାଇବ । ଅର୍ଥାତ ଉଚ୍ଚତା ହ୍ରାସ କରାଯିବ । ୨୦ ତାରିଖ ରାତିରେ ଲ୍ୟାଣ୍ଡର ମଡ୍ୟୁଲର ଡିଅର୍ବିଟିଂ ହେବ । ଏହାପରେ ୨୩ ତାରିଖରେ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଟ ଲ୍ୟାଣ୍ଡିଂ ପାଇଁ ଲକ୍ଷ୍ୟ ରଖିଛି ଇସ୍ରୋ । ଲ୍ୟାଣ୍ଡିଂ ପ୍ରକ୍ରିୟା ଆରମ୍ଭରେ ବେଗ ପ୍ରତି ସେକେଣ୍ଡରେ ପାଖାପାଖି ୧.୬୮ କିଲୋମିଟର ରହିବ ।

ଲ୍ୟାଣ୍ଡର ବେଗକୁ ୩୦ କିଲୋମିଟର ଉଚ୍ଚତାରୁ ଅନ୍ତିମ ଅବତରଣ ଯାଏ ଆଣିବା ଲ୍ୟାଣ୍ଡିଂର ସବୁଠୁ ଚ୍ୟାଲେଞ୍ଜିଂ। ସଫ୍ଟ ଲ୍ୟାଣ୍ଡି ପାଇଁ ଆସନ୍ତା ୫ ଦିନ ଅତି ଗରୁତ୍ବପୂର୍ଣ୍ଣ । ଏଯାଏ ମୁନ୍ ମିଶନରେ ସବୁ କିଛି ଠିକଠାକ୍ ଚାଲିଛି । ଆଗାମୀ ଅଭିଯାନ ଠିକ୍ ରହିଲେ ୨୩ ତାରିଖରେ ଇତିହାସ ରଚିବ ଇସ୍ରୋ । ଚନ୍ଦ୍ରପୃଷ୍ଠରେ ସ୍ପେସକ୍ରାଫ୍ଟ ଅବତରଣ କରାଇବାରେ ଭାରତ ହେବ ଚତୁର୍ଥ ଦେଶ ।ଜୁଲାଇ ୧୪ ତାରିଖରେ ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ସ୍ପେସ ସେଶ ସେଣ୍ଟରରୁ LVM 3 ରକେଟ ଦ୍ବାରା ଚନ୍ଦ୍ରଯାନ-୩ ମହାକାଶକୁ ଉତକ୍ଷେପଣ କରାଯାଇଥିଲା ।

 

Leave A Reply

Your email address will not be published.