Below header

ବାର୍ଦ୍ଧକ୍ୟ ଭତ୍ତା ପାଇବା ପାଇଁ ହନ୍ତସନ୍ତ : ଟ୍ରଲିରେ ବୁହା ହୋଇ ଗଲେ ୮୦ ବର୍ଷର ବୃଦ୍ଧା

ବାର୍ଦ୍ଧକ୍ୟ ଭତ୍ତା ପାଇଁ ଟ୍ରଲିରେ ବୁହା ହୋଇ ଗଲେ ବୃଦ୍ଧା । ୫ ଶହ ଟଙ୍କା ଭତ୍ତା ପାଇଁ ୮୦ ବର୍ଷର ବୃଦ୍ଧାଙ୍କୁ ଟ୍ରଲିରେ ବୋହି ଆଣିଲେ ପରିବାର ଲୋକ । ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡିରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଗତ ୩ ମାସ ହେଲା ଭତ୍ତା ପାଇନଥିଲେ ୧୨ ନମ୍ବର ୱାର୍ଡର ବୃଦ୍ଧା ଲବଙ୍ଗ ଗୟା ।

ଗଜପତି (କେନ୍ୟୁଜ): ଭତ୍ତା ଟଙ୍କା ପାଇଁ ବ୍ୟାଙ୍କକୁ ଆସିବାକୁ ଅସମର୍ଥ ଥିବା ହିତାଧିକାରୀଙ୍କ ଘରକୁ ଯାଇ ଟଙ୍କା ଦେଇ ଆସିବାକୁ ସରକାରଙ୍କ ନିର୍ଦ୍ଦେଶ ରହିଛି । ଅସହାୟ ହିତାଧିକାରୀଙ୍କ ଘରକୁ ବ୍ୟାଙ୍କ ଯିବ ବୋଲି ବାରମ୍ବାର କୁହାଯାଉଛି । ହେଲେ ରାଜ୍ୟରେ ବହୁ କଷ୍ଟରେ ଅଧିକ ଖର୍ଚାନ୍ତ ହୋଇ ଭତ୍ତା ନେବାକୁ ଯାଉଛନ୍ତି ହିତାଧିକାରୀ । ଆଜି ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରୁ ।

ବାର୍ଦ୍ଧକ୍ୟ ଭତ୍ତା ପାଇଁ ଟ୍ରଲିରେ ବୁହା ହୋଇ ଗଲେ ବୃଦ୍ଧା । ୫ ଶହ ଟଙ୍କା ଭତ୍ତା ପାଇଁ ୮୦ ବର୍ଷର ବୃଦ୍ଧାଙ୍କୁ ଟ୍ରଲିରେ ବୋହି ଆଣିଲେ ପରିବାର ଲୋକ । ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡିରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଗତ ୩ ମାସ ହେଲା ଭତ୍ତା ପାଇନଥିଲେ ୧୨ ନମ୍ବର ୱାର୍ଡର ବୃଦ୍ଧା ଲବଙ୍ଗ ଗୟା । ପ୍ରଥମେ ବ୍ୟାଙ୍କ ଏବଂ ପରେ ପାରଳାଖେମୁଣ୍ଡି ପୌରପରିଷଦ କାର୍ଯ୍ୟାଳୟକୁ ଆଣିବା ପରେ ତାଙ୍କୁ୩ ମାସର ଭତ୍ତା ମିଳିଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ଘଟଣାର ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପାରଳାଖେମୁଣ୍ଡି ପୌରପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.