ଭାରତୀୟ ସେନା ପାଇଁ ମାନବବିହୀନ ଯାନ ନିର୍ମାଣରେ ଲାଗିଛନ୍ତି ୩ ଇଂଜିନିୟର ବନ୍ଧୁ
ନୂଆଦିଲ୍ଲୀ : ଭାରତୀୟ ସେନା ପାଇଁ ମାନବବିହୀନ ଯାନ ନିର୍ମାଣରେ ଲାଗି ପଡ଼ିଛନ୍ତି ୩ ଜଣ ସାଙ୍ଗ । ଆତଙ୍କବାଦୀଙ୍କ ଆକ୍ରମଣରେ ଭାରତୀୟ ଯବାନମାନେ ଆହତ ହେବା ପରେ କିପରି ମାନବବିହୀନ ଯାନ ନିର୍ମାଣ କରି ସେନାଙ୍କୁ ବିପଦରୁ ରକ୍ଷା କରାଯାଇ ପାରିବ ସେ ନେଇ ଏହି ଇଂଜିନିୟରିଂ ଛାତ୍ରମାନେ ଚିନ୍ତା କରଥିଲେ । ଏହି ସାଙ୍ଗମାନେ ହେଲେ ଏମ୍ ବିଘ୍ନେଶ, ବିଭାକର କୁମାର ଓ କେ ଅଭି ।
ସେମାନେ ଏକ ରୋବଟିକ୍ସ କମ୍ପାନୀ ଆରମ୍ଭ କରଥିଲେ । ଚେନ୍ନାଇରେ ସ୍ଥାପିତ ଏହି କମ୍ପାନୀ ସେନା ପାଇଁ ମାନବବିହୀନ ଗ୍ରାଉଣ୍ଡ ଭେଇକିଲ୍ ତିଆରି କରିଥାଏ । ବିପଦପୂର୍ଣ୍ଣ ସ୍ଥାନରେ ଯବାନମାନେ ନିଜେ ନଯାଇ କିଭଳି ମାନବବିହୀନ ଯାନ ପଠାଇ ଯାଞ୍ଚ କରିପାରିବେ ସେହି ଲକ୍ଷ୍ୟରେ ଏହି ଭେଇକିଲ୍ ନିର୍ମାଣ କରାଯାଇଥିଲା । ଲ୍ୟଣ୍ଡ ମାଇନ୍ସ ଓ ବିସ୍ଫୋରକ ଖୋଜିବାରେ ଏହି ମାନବବିହୀନ ଯାନର ବ୍ୟବହାର କରାଯାଇଥାଏ । ଏହା ସେନାଙ୍କୁ ବେଶ ଫାଇଦା ଦେବ ବୋଲି ଏମ୍ ବିେଘ୍ନେଶ ପ୍ରକାଶ କରିଛନ୍ତି ।