୮୦ ଫୁଟ ବୋରୱେଲରେ ଫସି ରହିଛି ୧୧ ବର୍ଷର ଶିଶୁ: ୪୨ ଘଣ୍ଟା ଧରି ଚାଲିଛି ରେସ୍କ୍ୟୁ ଅପରେସନ
ନୂଆଦିଲ୍ଲୀ : ନିର୍ମାଣଧୀନ ବୋରୱେଲରେ ଏକ ୧୧ ବର୍ଷର ଶିଶୁ ପଡ଼ି ଘଟିଯାଇଛି ଅଭାବନୀୟ ଘଟଣା। ଦୀର୍ଘ ୪୨ ଘଣ୍ଟାରୁ ଅଧିକ ସମୟ ଉଦ୍ଧାର କାର୍ଯ୍ୟ ଚାଲିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଶିଶୁକୁ ଉଦ୍ଧାର କରାଯାଇପାରି ନାହିଁ। ୧୧ ବର୍ଷୀୟ ରାହୁଲ ସାହୁ ଚମ୍ପା ଜିଲ୍ଲାର ପିହ୍ରିଡ ଗାଁର ବୋରୱେଲରେ ପଡ଼ିଯାଇଥିଲେ, ପରେ ଏସଡିଆରଏଫ, ଏନଡିଆରଏଫ, ସେନା ଏବଂ ଜିଲ୍ଲା ପ୍ରଶାସନର ଟିମ୍ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ତେବେ ଛତିଶଗଡ଼ର ଜାଞ୍ଜଗୀର-ଚାମ୍ପା ଜିଲା ଅନ୍ତର୍ଗତ ପିହରିଦ ଗାଁରେ ଘଟିଛି ଏଭଳି ଅଘଟଣ। ତେବେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ବୋରୱେଲରେ ଫସିଥିବା ଶିଶୁକୁ ନେଇ ଚିନ୍ତିତ ଥିବା ଜଣା ପଡ଼ିଛି ।
ଶିଶୁଟିକୁ ବୋରୱେଲରୁ ଉଦ୍ଧାର କରିବା ପାଇଁ ଏପର୍ଯ୍ୟନ୍ତ ୨୦ ଟି ଅକ୍ସିଜେନ ସିଲିଣ୍ଡର ଵ୍ୟଵହାର କରାଯାଇସାରିଲାଣି । ଏହି ୪୨ ଘଣ୍ଟା ମଧ୍ୟରେ ଶିଶୁ ନିକଟରେ ଖାଦ୍ୟ ପହଞ୍ଚା ଯାଇଛି । ୬୫ ଫୁଟ ଗଭୀର ବୋରୱେଲରେ ପଡିଥିବା ରାହୁଲଙ୍କ ନିକଟରେ ପହଞ୍ଚିବା ପାଇଁ ସମସ୍ତ ପ୍ରୟାସ କରାଯାଉଛି । ଏହା କୁହାଯାଉଛି ଯେ ଏହି ଗର୍ତ୍ତଟି ପ୍ରାୟ ୪୫ ଫୁଟ ପର୍ଯ୍ୟନ୍ତ ଖୋଳା ଯାଇଛି ଏବଂ SDRF, NDRF, ARMY ଏବଂ ଜିଲ୍ଲା ପ୍ରଶାସନର ଲୋକମାନେ ଏହି କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଏନଡିଆରଏଫ ଟିମ ଦ୍ୱାରା ବୋରୱେଲଠୁ କିଛି ଦୂରରେ ଏକ ଗାତ ଖୋଳା ଯାଇଛି। ସେହିପରି ପୋକଲେନ ଓ ଡ୍ରିଲିଂ ମେସିନ ସାହାଯ୍ୟରେ ବୋରୱେଲ ନିକଟକୁ ଏକ ସୁଡ଼ଙ୍ଗ ତିଆରି କରାଯାଉଛି ଯାହା ଦ୍ୱାରା ଶିଶୁକୁ ଉଦ୍ଧାର କରାଯାଇ ପାରିବ। ଏହି ଉଦ୍ଧାର କାର୍ଯ୍ୟରେ ରୋବଟର ସାହାଯ୍ୟ ନିଆଯିବାର ସୂଚନା ରହିଛି। ଏଥିପାଇଁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଆଜି ରାହୁଲଙ୍କୁ ନିରାପଦରେ ଅଣାଯିବ ବୋଲି ଆଶା କରାଯାଉଛି।
कल शाम से लगातार रेस्क्यू ऑपरेशन जारी है।
जानकारी के मुताबिक अभी 5-6 घंटे का वक्त हमें राहुल तक पहुँचने में लग सकता है।
बच्चे को केला और जूस पहुंचाया गया है और परिजन से भी आवाज के माध्यम से बात कराई जा रही है, ताकि उसका मनोबल बना रहे।
हम सब उसकी कुशलता की प्रार्थना करते हैं। pic.twitter.com/xUD2o93XJH
— Bhupesh Baghel (@bhupeshbaghel) June 11, 2022
ରାତିସାରା ରେସ୍କ୍ୟୁ ଅପଡେଟ ନେବା ସହ ଆଜି ସକାଳେ ରାହୁଲର ପରିବାର ଲୋକଙ୍କ ସହ ଭିଡିଓ କଲ ମାଧ୍ୟମରେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ଭୁପେଶ। ଏହା ପୂର୍ବରୁ ଟୁଇଟ୍ କରି କହିଛନ୍ତି ଯେ ଗତକାଲି ସନ୍ଧ୍ୟା ଠାରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସୂଚନା ଅନୁଯାୟୀ, ରାହୁଲଙ୍କ ପାଖରେ ପହଞ୍ଚିବା ପାଇଁ ଆମକୁ ୫-୬ ଘଣ୍ଟା ଲାଗିପାରେ ।ତେବେ ରାହୁଲର ପରିବାର ଲୋକଙ୍କୁ ସାନ୍ତ୍ୱନା ଦେବା ସହ ଶୀଘ୍ର ରାହୁଲକୁ ଉଦ୍ଧାର କରାଯିବ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ଭୁପେଶ।
ଖବର ଅନୁସାରେ ରାହୁଲଙ୍କ ଗତିବିଧି ବୋରୱେଲ ଭିତରେ ଦେଖାଯିବା ସହିତ ତାଙ୍କୁ ଅମ୍ଳଜାନ କ୍ରମାଗତ ଭାବରେ ଯୋଗାଇ ଦିଆଯାଉଛି । ପୁଅର ବାପା ଲାଲା ରାମ ସାହୁଙ୍କ କହିବାନୁସାରେ, କିଛି ଦିନ ପୂର୍ବରୁ ସେ ଘରର ପଛ ଭାଗରେ ଥିବା ପନିପରିବା ବଗିଚା ପାଇଁ ପ୍ରାୟ ୮୦ ଫୁଟ ଗଭୀର ଏକ ବୋରୱେଲ ଖୋଳିଥିଲେ । ଯେତେବେଳେ ବୋରୱେଲରେ ପାଣି ବାହାରକୁ ଆସିଲା ନାହିଁ, ସେତେବେଳେ ଏହା ଅବ୍ୟବହୃତ ହୋଇ ରହିଥିଲା ।ଶୁକ୍ରବାର ଦିନ ବାରିରେ ଖେଳୁଥିବାବେଳେ ରାହୁଲ ଏହି ଶୁଖିଲା, ଖୋଲା ବୋରୱେଲରେ ପଡ଼ିଯାଇଥିଲେ ।