Below header

ଚୀନରେ କରୋନା ସ୍ଥିତି ଜଟିଳ, ଶୁକ୍ରବାର ସାଂଘାଇରେ ସର୍ବାଧିକ ମାମଲା ଚିହ୍ନଟ

ଚୀନରେ କରୋନାର ଚତୁର୍ଥ ଲହର ଖୁବ ହଇଚଇ ସୃଷ୍ଟି କରିଛି ।  ଆଉ ଏବେ ଭୟାବହ ସ୍ଥିତି ସାଂଘାଇରେ ସୃଷ୍ଟି ହୋଇଛି ।  ଭରପୁର ମାତ୍ରାରେ କଟକଣା ଜାରି କରାଯିବା ସହ ଦୀର୍ଘ ଦିନ ଯାଏଁ ଲକଡାଉନ ଜାରି ହୋଇଥିଲେ ମଧ୍ୟ ଦେଶରେ କରୋନା ମାମଲା ଥମିବାକୁ ନାମ ନେଉନି ।  ଶୁକ୍ରବାର ସାଂଘାଇରେ ସର୍ବାଧିକ ମାମଲା ଚିହ୍ନଟ ହୋଇଛନ୍ତି ।  ରିପୋର୍ଟ ଅନୁଯାୟୀ, ଚିହ୍ନଟ ହୋଇଥିବା ୨୦ ହଜାରରୁ ଅଧିକ କରୋନା ଆକ୍ରାନ୍ତଙ୍କ ମଧ୍ୟରେ କୌଣସି ଲକ୍ଷଣ ନାହିଁ । କିନ୍ତୁ ୩୪୦୦ ରୁ ଅଧିକ ସଂଖ୍ୟକ ରୋଗୀଙ୍କ ଠାରେ କିଂଚିତ ଲକ୍ଷଣ ଥିଲା ।

ସୂଚନା ଦେବା ଉଚିତ ହେବକି ଚିନ ସରକାର ପାଖାପାଖି ୧୫ ଦିନ ପୂର୍ବରୁ ସାଂଘାଇରେ କଡା ଲକଡାଉନ ଜାରି କରିଥିଲେ ।  କିନ୍ତୁ ତା ପରେ ବି ସ୍ଥିତି ନିୟନ୍ତ୍ରଣକୁ ଆସିପାରି ନାହିଁ । ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ଆୟୋଗଙ୍କ କହିବା ଅନୁଯାୟୀ, ଏଠାରେ ଖୁବ ତୀବ୍ର ବେଗରେ ମାମଲା ନଜରକୁ ଆସିବାରେ ଲାଗିଛି ।  ସାଂଘାଇ ଓ ଚୀନର ଅନ୍ୟ ସହରରେ ପରୀକ୍ଷା ନିରୀକ୍ଷା ଉପରେ ଅଧିକ ଧ୍ୟାନ ଦିଆଯାଉଛି ।  ଅନେକ ରାଉଣ୍ଡରେ ଟେଷ୍ଟିଙ୍ଗ ବି ଜାରି ରହିଛି ।  ଏଠାକାର ହସ୍ପିଟାଲ ଗୁଡିକରେ କୋଭିଡ ରୋଗୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି ।  ସ୍ୱତନ୍ତ୍ର ବେଡ଼ ସହ ସ୍ୱତନ୍ତ୍ର ହସ୍ପିଟାଲର ବ୍ୟବସ୍ଥା ବି ହୋଇଛି ।

ଅନ୍ୟପକ୍ଷରେ ଲକ ଡାଉନ କାରଣରୁ ସାଧାରଣ ଲୋକଙ୍କୁ ଅନେକ ଅସୁବିଧାର ସାମ୍ନା କରିବାକୁ ହେଉଛି ।  କିଛି ଲୋକତ ଖାଇବାକୁ ବି ପାଉନାହାନ୍ତି ।  ଗ୍ଲୋବାଲ ଟାଇମ୍ସ ତରଫରୁ ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ ସାଂଘାଇ ବର୍ତ୍ତମାନ ସ୍ଥିତିରେ ଖୁବ ଜଟିଳ ସ୍ଥିତି ଦେଇ ଗତି କରୁଛି ।  ଲୋକେ ଏତେ ବ୍ୟତିବ୍ୟସ୍ତ ହୋଇଗଲେଣିଯେ ଇଣ୍ଟରନେଟରେ ସରକାରଙ୍କୁ ଗାଳିଗୁଲଜ କରିବା ଆରମ୍ଭ କରିଦେଲେଣି ।  ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଚିନ ପୁଣି ଥରେ ପ୍ରକୃତ ମୃତକ ସଂଖ୍ୟା ଲୁଚେଇବାରେ ଲାଗିଛି ।  ଏକ ହସ୍ପିଟାଲରେ ଶୁକ୍ରବାର ୧୨ ଜଣ ବୟସ୍କ ଲୋକଙ୍କ ମୃତ୍ୟୁ ହୋଇଛି ।  ଯାହାକୁ ବି ଚୀନ ଲୁଚାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.