Below header

ଜାଣନ୍ତୁ ସୁନା ଏବଂ ଲୁହା କିଣିବା ପାଇଁ କେଉଁ ଦିନ ଉତ୍ତମ, ଠିକରେ ନ କିଣିଲେ ହୋଇପାରେ ଅସୁବିଧା

ଜ୍ୟୋତିଷ ଶାସ୍ତ୍ରରେ ଯେକୌଣସି ଶୁଭ କାର୍ଯ୍ୟ କରିବା କିମ୍ବା କିଛି ଜିନିଷ କିଣିବା ପାଇଁ ଶୁଭ ଦିନ ଏବଂ ଶୁଭ ସମୟ ଉଲ୍ଲେଖ କରାଯାଇଛି | ଏଥିପାଇଁ ଆପଣ ଯଦି କୌଣସି ଜିନିଷ କିଣୁଛନ୍ତି ତେବେ ଶୁଭ ଦିନ ଏବଂ ଶୁଭ ମୁହୂର୍ତ୍ତ ଉପରେ ନିଶ୍ଚୟ ଧ୍ୟାନ ରଖନ୍ତୁ | ସେହିଭଳି ଘର ପାଇଁ ସୁନା କିମ୍ବା ଲୁହା ଜିନିଷ କିଣିବା ସମୟରେ ଯଦି ଦିନର ଧ୍ୟାନ ରଖାଯାଏ ତେବେ ଏହାର ଭଲ ପ୍ରଭାବ ଜୀବନରେ ପଡ଼ିଥାଏ | ଏହି ୨ଟି ଜିନିଷ ବର୍ତ୍ତମାନ ସହ ଭବିଷ୍ୟତକୁ ଉଜ୍ଜ୍ୱଳମୟ କରିଥାଏ | ତେବେ ଜାଣି ରଖନ୍ତୁ ସୁନା ଏବଂ ଲୁହା ଜିନିଷ କିଣିବେ |

ସାଧାରଣତଃ ସୁନା କିଣିବା ପାଇଁ ବର୍ଷକରେ ୨ଟି ଦିନକୁ ଅତ୍ୟନ୍ତ ଶୁଭ ବୋଲି କୁହାଯାଇଥାଏ  | ବର୍ଷକ ଭିତରେ ଧନତେରାସ ଏବଂ ଅକ୍ଷୟତୃତୀୟା ଦିନ ସୁନା କିଣିବା ସବୁଠାରୁ ଭଲ ବୋଲି କୁହାଯାଇଥାଏ | କାରଣ ମାନ୍ୟତା ରହିଛି ଏହି ଦିନ ସୁନା କିଣିବା ଦ୍ୱାରା ଘରେ ମା’ଲକ୍ଷ୍ମୀଙ୍କ ବାସ କରିଥାନ୍ତି | ସେହିଭଳି ସପ୍ତାହକ ୭ଦିନ ମଧ୍ୟରେ ଗୁରୁବାର ଏବଂ ରବିବାର ଦିନ ସୁନା କିଣିବା ଉତ୍ତମ ବୋଲି କୁହାଯାଇଥାଏ |

ଏହି ଦିନରେ ସୁନା କିଣିବା ଦ୍ୱାରା ଜୀବନରେ ମା’ଲକ୍ଷ୍ମୀ ଏବଂ ଭଗବାନ ସୂର୍ଯ୍ୟଙ୍କ କୃପା ଲାଗି ରହିଥାଏ | ଏଥିସହ ଘରେ ସୁଖ-ସମୃଦ୍ଧି ବୃଦ୍ଧି ପାଇଥାଏ | ବିଶେଷଭାବେ ଧ୍ୟାନ ରଖିବେ କେବେବି ଭୁଲରେ ଶନିବାର ଦିନ ସୁନା କିଣିବେ ନାହିଁ | କାରଣ ଶନିବାର ଦିନ ସୁନା କିଣିବା ଦ୍ୱାରା ଶନିଙ୍କ କୁଦୃଷ୍ଟିର ସାମ୍ନା କରିବାକୁ ପଡ଼ିଥାଏ |

ଭୁଲରେ ବି ଶନିବାର ଦିନ ଘରକୁ ଆଣନ୍ତୁ ନାହିଁ ଲୁହା-

ଲୁହା ହେଉଛି ଶନିଦେବଙ୍କ କାରକ | ଏହି କାରଣରୁ କେବେବି ଶନିବାର ଦିନ ଲୁହା କିଣନ୍ତୁ ନାହିଁ | ଯଦି କୌଣସି ବ୍ୟକ୍ତି ଏପରି କରିଥାନ୍ତି ତେବେ ତାଙ୍କୁ ଶନିଙ୍କ କୁଦୃଷ୍ଟିର ସାମ୍ନା କରିବାକୁ ପଡ଼ିଥାଏ | କିନ୍ତୁ ଏହିଦିନ ଲୁହା ଜିନିଷ ଦାନ କରିବା ଅତ୍ୟନ୍ତ ଶୁଭ ବୋଲି କୁହାଯାଇଥାଏ | ଏପରି କରିବା ଦ୍ୱାରା ବ୍ୟବସାୟରେ ଉର୍ଣ୍ଣତି ହେବା ସହ ଦୁର୍ଘଟଣାରୁ ରକ୍ଷା ମିଳିଥାଏ |

ଯଦି ଆପଣ ଭୁଲରେ ଶନିବାର ଦିନ ଲୁହା ଜିନିଷ କିଣୁଛନ୍ତି ତେବେ ସେହି ଜିନିଷକୁ ପ୍ରଥମେ ବିଶ୍ୱକର୍ମାଙ୍କୁ ପୂଜା କରନ୍ତୁ | ଏଥିସହ ସେହି ଜିନିଷକୁ ବାହାରେ ରଖି ତା’ପରଦିନ ଘରକୁ ଆଣନ୍ତୁ | ଧ୍ୟାନ ରଖିବେ ସପ୍ତାହକ ୭ ଦିନ ମଧ୍ୟରେ ଶନିବାର କୁ ଛାଡି ଆପଣ ଯେକୌଣସି ଦିନ ଲୁହା କିଣିପାରିବେ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.