ପୁରୀ ସମୂଦ୍ରରେ ଗାଧୋଇବା ବେଳେ ନିଖୋଜ ହୋଇଛି ପୁଅ, ବୁଢା ବାପା ମା କାନ୍ଦି କାନ୍ଦି ଏବେ ବାଷ୍ପରୁଦ୍ଧ

ଜଳେଶ୍ବର(କେନ୍ୟୁଜ୍):ପୁରୀ ସମୂଦ୍ରରେ ଗାଧୋଇବା ବେଳେ ଯୁବକ ନିଖୋଜ , ଏପଟେ ପୁଅର ନିଖୋଜ ଖବର ଶୁଣି କାନ୍ଦି କାନ୍ଦି ଚେତାଶୂନ୍ଯ ହୋଇ ପଡୁଛନ୍ତି ବୁଢା ବାପା ମା ଏବଂ ପରିବାର ଲୋକେ ।  ସୂଚନା ଅନୁଯାୟୀ ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ଛଚିନା ଗ୍ରାମର ବଂଶୀଧର ବେହେରା ଗତକାଲି ତାଙ୍କ ପୁଅର ମାନସିକ ଚୁଟି ପକାଇବା ପାଇଁ  ସ୍ତ୍ରୀ ଏବଂ ପୁଅ କାର୍ତ୍ତିକଙ୍କୁ ଧରି ପୁରୀ ଯାଇଥିଲେ।

ପୁରୀରେ ପହଞ୍ଚି ଜଗନ୍ନାଥଙ୍କ ଦର୍ଶନ ପରେ ଆଜି ସକାଳେ ପୁଅର ଚୁଟି ପକାଇ ସାରିବା ପରେ ସମୁଦ୍ରରେ ଗାଧୋଇବା ବେଳେ ଅସାବଧାନତା ବଶତଃ ସମୁଦ୍ରରେ ବୁଡି ଯାଇ ବଂଶୀଧର ନିଖୋଜ ହୋଇଯାଇଛନ୍ତି। ଅଗ୍ନିଶମ ବିଭାଗ ଏବଂ ଓଡ୍ରାଫ ଟିମ ବହୁ ସମୟ ଖୋଜାଖୋଜି ପରେ ମଧ୍ଯ ତାଙ୍କର କୌଣସି ପତ୍ତା ମିଳୁନି। ଏପଟେ ନିଖୋଜ ଖବର ଶୁଣିବା ପରେ ପୁଅ ର ଫେରିବା ବାଟକୁ ଚାହିଁ ଚାହିଁ ବୁଢା ବାପା ମା’ ପୁଅର ଫଟୋକୁ ଧରି ମୁଣ୍ତ ବାଡେଇ କାନ୍ଦୁଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.