ଏହି ମୁହୂର୍ତ୍ତରେ କରିପାରିବେ ଯେକୌଣସି ଶୁଭକାର୍ଯ୍ୟ, ଜାଣନ୍ତୁ କିପରି କରିବେ ଗଣନା

ମାନ୍ୟତା ରହିଛି କୌଣସି ବି କାମ ଶୁଭ ଦିନ ଏବଂ ଶୁଭ ମୁହୂର୍ତ୍ତରେ କରାଯାଏ ତେବେ ସେହି କାର୍ଯ୍ୟ ନିର୍ବିଘ୍ନରେ ସଫଳ ହୋଇଥାଏ |ଏଥିପାଇଁ ପ୍ରତ୍ୟେକ ବ୍ୟକ୍ତି ଏକ ଖାସ ମୁହୂର୍ତ୍ତକୁ ଅପେକ୍ଷା କରିଥାନ୍ତି | ଯେକୌଣସି ଶୁଭ କାର୍ଯ୍ୟ ଯେପରି ବିବାହ, ନୂତନ ଘର ପ୍ରବେଶ ଏବଂ ଶିଶୁମାନେ ପ୍ରଥମ ଥର ନଣ୍ଡା ହେବା ପାଇଁ ଭଲ ସମୟକୁ ଅପେକ୍ଷା କରାଯାଇଥାଏ |

କିନ୍ତୁ ଆପଣ ଜାଣିଛନ୍ତି କି ୨୪ଘଣ୍ଟା ମଧ୍ୟରେ ଏପରି ଏକ ମୁହୂର୍ତ୍ତ ରହିଛି ଯେଉଁସମୟରେ କୌଣସି ବି କାମ କଲେ ତାହା ପୁରାଣ ହୋଇଥାଏ | ଜ୍ୟୋତିଷଶାସ୍ତ୍ରରେ ଏହି ମୁହୂର୍ତ୍ତ ବିଷୟରେ ଉଲ୍ଲେଖ କରାଯାଇଛି | ତେବେ ଆସନ୍ତୁ ଜାଣିବା କଣ ସେହି ମୁହୂର୍ତ୍ତ |

ଜ୍ୟୋତିଷଶାସ୍ତ୍ରରେ ଉଲ୍ଲେଖ କରାଯାଇଛି ନିୟମିତ ରୂପେ ୨୪ ଘଣ୍ଟା ମଧ୍ୟରେ କିଛି ସମୟ ଅଭିଜିତ ମୁହୂର୍ତ୍ତ ରହିଥାଏ | ଏହି ସମୟରେ ଆପଣ ଯେକୋୖଣସି ଶୁଭ କାର୍ଯ୍ୟ କରିପାରିବେ | ଜ୍ୟୋତିଷଙ୍କ କହିବାନୁଯାୟୀ ଅଭିଜିତର ଅର୍ଥ ହେଉଛି ବିଜୟୀ ଅର୍ଥାତ ବିଜେତା | ଏହା ଏଭଳି ସମୟ ଯାହା ପ୍ରତ୍ୟେକ କାର୍ଯ୍ୟରେ ବିଜୟ ଏବଂ ସଫଳତା ଦେଇଥାଏ |

ଏନେଇ ଯଦି ଆପଣ କୌଣସି ଶୁଭ କାର୍ଯ୍ୟ ଜଳଦିରେ କରିବାକୁ ଚାହୁଁଛନ୍ତି ଏବଂ ଏହା ମଧ୍ୟରେ ଯଦି କୌଣସି ଶୁଭ ଦିନ ନାହିଁ ତେବେ ଆପଣ ସେହି କାର୍ଯ୍ୟକୁ ଅଭିଜିତ ମୁହୂର୍ତ୍ତରେ କରନ୍ତୁ | କାରଣ ଏହି ମୁହୂର୍ତ୍ତ ଜାତକରେ ସଫଳତା ହାସଲ କରିଥାଏ |

ଏପରି କରନ୍ତୁ ଅଭିଜିତ ମୁହୂର୍ତ୍ତର ଗଣନା :

ଜ୍ୟୋତିଷଶାସ୍ତ୍ରରେ ଅଭିଜିତ ମୁହୂର୍ତ୍ତର ଗଣନା ବିଷୟରେ ଉଲ୍ଲେଖ କରାଯାଇଛି | ଭାରତୀୟ ସମୟ ଅନୁସାରେ ପ୍ରତ୍ୟେକ ଦିନ ଅଭିଜିତ ମୁହୂର୍ତ୍ତ ଦିନ ଅର୍ଥାତ ଅପରାହ୍ନର ୨୪ମିନିଟ ପୂର୍ବରୁ ଏବଂ ୨୪ମିନିଟ ପରେ ରହିଥାଏ | ଦିନର ଏହି ୪୮ମିନିଟ କୌଣସି ବି କାର୍ଯ୍ୟ ପାଇଁ ଶୁଭ ହୋଇଥାଏ | ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ଦିନର ଏହି ସମୟରେ ଯେକୌଣସି କାର୍ଯ୍ୟ କରିବା ଦ୍ୱାରା କାର୍ଯ୍ୟ ନିଶ୍ଚିତ ରୂପେ ସଫଳ ହୋଇଥାଏ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.