Below header

ଏଲ୍‌ଏସିରେ ଉତ୍ତେଜନା କମିଲା, ପେଇଂଙ୍ଗଗ୍‌ ଲେକ୍‌ ଠାରୁ ବି ପଛକୁ ହଟିବା ଆରମ୍ଭ କରିଛି ଚୀନ୍‌ ସେନା

ନୂଆଦିଲ୍ଲୀ : ଭାରତର ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍‌ ଓ ଚୀନ୍‌ ବିଦେଶ ମନ୍ତ୍ରୀ ଓ୍ଵାଙ୍ଗ୍‌ ଇ ଙ୍କ ମଧ୍ୟରେ ଆଲୋଚନା କାମ କରିଛି । ସୋମବାର ଠାରୁ ଚୀନ୍‌ ସେନା ଏଲ୍‌ଏସି ଠାରୁ ତା’ର ସେନା ହଟାଇବା କାର୍ଯ୍ୟ ଆରମ୍ଭ କରିବା ସହ ତା’ର ଅସ୍ଥାୟୀ ନିର୍ମାଣ ମଧ୍ୟ ହଟାଇବା ଆରମ୍ଭ କରିଛି । ଫଳରେ ଚୀନ ଓ ଭାରତ ମଧ୍ୟରେ ସୃଷ୍ଟି ହୋଇଥିବା ଯୁଦ୍ଧ ଆଶଙ୍କା ଅପସରି ଯାଇଛି ।

ହଟ୍‌ ସ୍ପି୍ରଙ୍ଗ୍‌ ଓ ଗୋଗରା ଇଲାକାରୁ ସେନା ଧିରେ ଧିରେ ହଟିବାରେ ଲାଗିଛନ୍ତି ବୋଲି ଭାରତୀୟ ସେନା ସୂତ୍ରରୁ ଜଣାପଡ଼ିଛି । କିଛି ଦିନ ମଧ୍ୟରେ ପୁରା ସେନାଙ୍କୁ ଉତ୍ତେଜନାମୂଳକ ସ୍ଥାନରୁ ହଟାଇ ଦିଆଯିବ ବୋଲି ଜଣାପଡ଼ିଛି ।

army

ଅଜିତ ଡୋଭାଲଙ୍କ ସହ ଚୀନ ବିଦେଶ ମନ୍ତ୍ରୀଙ୍କ ଆଲୋଚନା ପରେ ଦୁଇ ସେନାଙ୍କ ମଧ୍ୟରେ ସହମତି ପ୍ରକାଶ ପାଇଛି । ଏଲ୍‌ଏସି ଠାରୁ ଉଭୟ ଦେଶର ସେନା ନିଜର ବାସ୍ତବିକ ପୋଜିସେନ୍‌ ଠାରୁ ୧ରୁ ୧.୫ କିଲୋମିଟର ପଛକୁ ହଟିବେ ବୋଲି ଜଣାପଡ଼ିଛି ।

ପ୍ରାପ୍ତ ଖବରରୁ ଜଣାପଡ଼ିଛି ଯେ ଚୀନ୍‌ ଫିଙ୍ଗର ୪ରେ ଜମା ହୋଇଥିବା ସେନାଙ୍କ ସଂଖ୍ୟା ହ୍ରାସ କରିଛି । ପ୍ରଥମ ପଦକ୍ଷେପ ସ୍ୱରୁପ ଚୀନ୍‌ ଫିଙ୍ଗର ୪ରୁ ଫିଙ୍ଗର ୫କୁ ହଟିବ । ଏହା ପରେ ସେଠାରେ ୩ରୁ ୪ ସପ୍ତାହ ପର୍ଯ୍ୟନ୍ତ ଭାରତ ପକ୍ଷରୁ ମନିଟରିଂ ଚାଲିବ ।

ପ୍ରକାଶଯୋଗ୍ୟ ଯେ ଭାରତ ଓ ଚୀନ୍‌ ସେନାଧିକାରୀଙ୍କ ସହ ୩ ରାଉଣ୍ଡ ଆଲୋଚନା ସଫଳ ହୋଇ ନଥିଲା । ପରେ ଭାରତର ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍‌ ଓ ଚୀନ୍‌ ବିଦେଶ ମନ୍ତ୍ରୀଙ୍କ ଆଲୋଚନା ପରେ ଆଲୋଚନା ସଫଳ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.