ଗୀତ ପାଇଁ ପୁଣି ବିବାଦରେ ଓଲିଉଡ କଣ୍ଠଶିଳ୍ପୀ ହ୍ୟୁମାନ ସାଗର

ଭୁବନେଶ୍ଵର(କେନ୍ୟୁଜ) : ଗୀତ ପାଇଁ ପୁଣି ବିବାଦୀୟ ହୋଇଛନ୍ତି ଓଲିଉଡ କଣ୍ଠଶିଳ୍ପୀ ହ୍ୟୁମାନ ସାଗର । କିଛି ମାସ ପୂର୍ବରୁ ଝିଅ ନୁହେଁ ତୁ କରୋନା ଭାଇରସ ଗୀତ ଗାଇ ବିବାଦ ଘେରକୁ ଆସିଥିବା ବେଳେ ଏବେ ଛେଣ୍ଡିପଦା ରାଣୀ ଗୀତ ଗାଇ ବିବାଦ ଛିଡ଼ା କରିଛନ୍ତି । ତାଙ୍କ ବିରୋଧରେ ଛେଣ୍ଡିପଦା ଥାନାରେ ଏତଲା ହୋଇଛି । ଅଭିଯୋଗ କରିଛି ଛେଣ୍ଡିପଦା ଯୁବ ମଞ୍ଚ ।

Humane Sagar - Humane Sagar updated their profile picture. | Facebook

ଏତଲାରେ ଦର୍ଶାଯାଇଛି ଯେ, ହ୍ୟୁମାନ ସାଗରଙ୍କ ଗୀତ ଛେଣ୍ଡିପଦା ନାରୀ ସମାଜ ପ୍ରତି ଅପମାନ । ଛେଣ୍ଡିପଦା ନାରୀ ସମାଜ ପ୍ରତି ଏହା ଅପପ୍ରଚାର । ଗୀତକୁ ପ୍ରସ୍ତୁତ କରିଥିବା ପ୍ରଯୋଜନା ସଂସ୍ଥା, ସଙ୍ଗୀତ ନିର୍ଦ୍ଦେଶକ, ଗୀତିକାରଙ୍କ ବିରୋଧରେ ବି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛି ଛେଣ୍ଡିପଦା ଯୁବ ମଞ୍ଚ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.