ଭିସା ସମାପ୍ତ ହେଲା ପରେ ବି କରୋନା ଭୟରେ ନିଜ ଘରକୁ ଫେରିବାକୁ ନାରାଜ ଚୀନ ନାଗରିକ

କରୋନା ଭାଇରସ ବର୍ତ୍ତମାନ ସାରା ବିଶ୍ଵରେ ଆତଙ୍କ ଖେଳାଇ ରଖିଛି । ତେବେ ଏହି ଭାଇରସ ଡ଼ରରେ ଭାରତର ପ୍ରୟାଗରାଜରେ ଥିବା କିଛି ଚୀନ ନାଗରିକ ନିଜ ଦେଶକୁ ଫେରିବାକୁ ପ୍ରସ୍ତୁତ ନାହାନ୍ତି । ସୂଚନା ଅନୁଯାୟୀ ପ୍ରୟାଗରାଜରେ ତିଆରି ହୋଇଥିବା ଡେଡିକେଟେଡ଼ ଫ୍ରେଟ କରିଡରରେ ଚୀନର କମ୍ପାନୀ ମଧ୍ୟ କାମ କରିଥାଏ । ତେବେ ଏଥିରେ କାମ କରୁଥିବା ଚୀନର ଆଠଜଣ କର୍ମଚାରୀ ମଧ୍ୟ ଗତ କିଛିମାସ ଧରି ପ୍ରୟାଗରାଜରେ ରହି ଆସୁଛନ୍ତି କିନ୍ତୁ ଫେବୃୟାରୀ ୮ ତାରିଖରେ ଏମାନଙ୍କର ଭିସା ସମାପ୍ତ ହେଉଛି । ହେଲେ ସେମାନେ ନିଜ ଦେଶକୁ ଫେରିବାକୁ ଇଛୁକ ନାହାନ୍ତି । ଏପରିସ୍ଥଳେ ସେମାନଙ୍କର ଭିସାର ସମୟ ଅବଧି ବଢାଇବା ପାଇଁ ଯୋଜନା କରାଯାଉଛି ।

कोरोना वायरस के डर से चीनी नागरिकों का अपने देश जाने से इंकार , आज ख़त्म हो रहा वीजा # corona virus

ସୂଚନା ଅନୁଯାୟୀ ପ୍ରୟାଗରାଜ ରେଲୱେ ଡେଡିକେଟେଡ଼ ଫ୍ରେଟ କରିଡରର କାମ ଚାଲୁଅଛି । ତେବେ ଏଥିରେ ଚୀନୀ କମ୍ପାନୀକୁ CRCD ସିଗ୍ନାଲ ଲଗାଇବା ପାଇଁ କାମ ମିଳିଛି । ଯେଉଁଥିରେ ଚୀନର ୧୬ ଜଣ ଇଂଜିନିୟର କାମ କରୁଛନ୍ତି । ତେବେ ସେମାନଙ୍କ ମଧ୍ୟରୁ ୮ ଜଣ ଚୀନର ନାଗରିକ ଅଛନ୍ତି ଯେଉଁମାନଙ୍କ ଭିସା ଫେବୃୟାରୀ ୮ ତାରିଖରେ ଶେଷ ହେବାକୁ ଯାଉଛି । କରୋନା ଭାଇରସ ଡରରେ ଏମାନେ ନିଜ ଦେଶ ଫେରିଯିବାକୁ ଚାଁହୁନାହାନ୍ତି ଏବଂ ସରକାରଙ୍କ ନିକଟରେ ନିଜ ଭିସାର ଅବଧି ବଢାଇବା ପାଇଁ ଆବେଦନ କରିଛନ୍ତି । କରୋନା ଭାଇରସର ମହାମାରୀଙ୍କୁ ଦୃଷ୍ଟିରେ ରଖି ଏମାନେ ନିଜ ଭିସାର ଅବଧି ଦୁଇ ମାସ ବୃଦ୍ଧି କରାଇଵା ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.