Below header

ଗଲ୍‌ଓ୍ଵାନ ସୀମାରେ ଭାରତ-ଚୀନ ସଂଘର୍ଷ, ଭାରତର ୨୦ ସୈନିକ ସହିଦ ଓ ଚୀନର ୪୩ ସୈନିକ ମୃତାହାତ

ନୂଆଦିଲ୍ଲୀ : ଲଦାଖର ଗଲ୍‌ଓ୍ଵାନ୍‌ ଘାଟିରେ ଚୀନ୍‌ ସେନାଙ୍କ ସହ ଭାରତୀୟ ସେନାଙ୍କ ମଧ୍ୟରେ ଆଜି (ମଙ୍ଗଳବାର)ମୁହାଁ ମୁହିଁ ସଂଘର୍ଷ ଚାଲିଛି । ଏହି ସଂଘର୍ଷରେ ରାତି ୧୦ଟା ସୁଦ୍ଧା ଭାରତୀୟ ସେନାର ୨୦ ଜଣ ସୈନିକ ସହିଦ ହୋଇଥିବା ବେଳେ ଚୀନ୍‌ର ୪୩ ଜର ସୈନିକ ମୃତାହାତ ହୋଇଛନ୍ତି ।

ଭାରତୀୟ ସେନାଙ୍କ ମଧ୍ୟରେ ଜଣେ କର୍ଣ୍ଣେଲ ର‍୍ୟାଙ୍କର ଅଫିସର ଥିବା ଜଣାଯାଇଛି । ଏ ସମ୍ପର୍କରେ ପ୍ରତିରକ୍ଷା ମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦେଇଛନ୍ତି । ଗୋଟିଏ ପକ୍ଷରେ ଶାନ୍ତି ବାର୍ତ୍ତା ଚାଲିଥିବା ବେଳେ ଅନ୍ୟ ପଟରେ ଓ ଚୀନ୍‌ ସେନାଙ୍କ ଔଦ୍ଧତ୍ୟର କଡ଼ା ଜବାବ ଦେଇଛନ୍ତି ଭାରତୀୟ ସେନା ।

ତେବେ ଉଭୟ ପକ୍ଷରୁ ଗୁଳି ଚାଳନା ହୋଇ ନଥିଲେ ମଧ୍ୟ ହାତାହାତିରେ ଏପରି ଅବସ୍ଥା ଉପୁଜିଥିବା ଏଏନ୍‌ଆଇ ପକ୍ଷରୁ ପ୍ରକାଶ ପାଇଛି । ଚୀନ ସେନା ଏଠାରେ ବାରମ୍ବାର ଏଲ୍‌ଏସି ଅତିକ୍ରମ କରି ଉତ୍ତେଜନା ସୃଷ୍ଟି କରି ଚାଲିଥିବା ବେଳେ ଭାରତୀୟ ସେନା ମଧ୍ୟ ଏହାର ମୁହାଁ ମୁହିଁ ଜବାବ ଦେଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.