ଚୌକିଦାର ହି ଚୋର : ରାଫେଲ୍ ଦୁର୍ନୀତିରେ ପ୍ରଧାନମନ୍ତ୍ରୀଙ୍କୁ ରାହୁଲ ଗାନ୍ଧିଙ୍କ କଟାକ୍ଷ

ନୂଆଦିଲ୍ଲୀ : ଆଜି ପୁଣି ଲୋକସଭାରେ ପୁଣି ଉଠିଲା ରାଫେଲ ଡିଲ ପ୍ରସଙ୍ଗ। ଏହାକୁ ନେଇ ଲୋକସଭାରେ ତୁମୁଳ ହଟ୍ଟଗୋଳ ହୋଇଛି । ପୂର୍ବରୁ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଏହି ଦୁର୍ନୀତିରେ ସିଧାସଳଖ ସଂପୃକ୍ତି ରହିଛି ବୋଲି କହିଥିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ଏକ ସମ୍ବାଦପତ୍ରରେ ପ୍ରକାଶିତ ଖବର ଆଧାରରେ ସେ ଏହି ଅଭିଯୋଗ ଆଣିଛନ୍ତି। ୩୦ହଜାର କୋଟି ଟଙ୍କା ଶିଳ୍ପପତି ଅନୀଲ ଅମ୍ବାନୀଙ୍କୁ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ନୂଆ ଚୁକ୍ତି ନେଇ ପ୍ରତିରକ୍ଷା ମନ୍ତ୍ରାଳୟ ମଧ୍ୟ ଆପତ୍ତି ଉଠାଇଥିଲା ବୋଲି କହିଛନ୍ତି ରାହୁଲ। ରାହୁଲଙ୍କ ସାମ୍ବାଦିକ ସମ୍ମିଳନୀ ପରେ ବିରୋଧୀ ସଦସ୍ୟ ମାନେ ଏହାର ଜେପିସି ତଦନ୍ତ ସହ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି ।

ଦୈନିକ ସମ୍ବାଦପତ୍ରରେ ରାଫେଲ ଡିଲ ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ଫ୍ରାନ୍‌ସ ସରକାର ମଧ୍ୟରେ ସମାନ୍ତରାଳ ବୁଝାମଣା ସଂପର୍କରେ ଉଲ୍ଲେଖ ରହିଛି। ରାହୁଲଙ୍କ ଅଭିଯୋଗର ଆଧାର ଓ ଖବରକାଗଜର ନୈତିକତା ନେଇ ପ୍ରଶ୍ନ ଉଠାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ। ପ୍ରତିରକ୍ଷା ସଚିବଙ୍କ ପତ୍ରକୁ ପ୍ରକାଶ କରିବା ପୂର୍ବରୁ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକରଙ୍କ ଜବାବ ବି ପ୍ରକାଶିତ ହେବା ଆବଶ୍ୟକ ବୋଲି କହିଛନ୍ତି ।

ଖବରକାଗଜରେ ପ୍ରକାଶିତ ନୋଟରେ ରାଫେଲ ଚୁକ୍ତି ଓ ଅର୍ଥ ପରିମାଣ ନେଇ କିଛି ଉଲ୍ଲେଖ ନଥିବା ସ୍ପଷ୍ଟୀକରଣ ଦେଇଛନ୍ତି ପୂର୍ବତନ ପ୍ରତିରକ୍ଷା ସଚିବ ଜି ମୋହନ କୁମାର। ସେପଟେ ଖବର ପ୍ରକାଶ ନେଇ ପ୍ରତିକ୍ରିୟା ରଖିଛନ୍ତି ଏହାର ସଂପାଦକ ଏନ. ରାମ। ନିବନ୍ଧ କେବଳ ରାଫେଲ ଚୁକ୍ତିରେ ହିଁ ସଂପୂର୍ଣ୍ଣ। ଏଥିରେ ପାରିକରଙ୍କୁ ନେଇ ପ୍ରଶ୍ନ କରିବାର ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.