‘ହିଟ୍‌ମ୍ୟାନ୍‌’ ରୋହିତ ଶର୍ମାଙ୍କ ନାଁରେ ଆଜି ପାଞ୍ଚଟି ରେକର୍ଡ଼

‘ହିଟ୍‌ମ୍ୟାନ୍‌’ ଭାବେ ପରିଚିତ ରୋହିତ ଶର୍ମାଙ୍କ ଅଧୀନରେ ଆଜି ନ୍ୟୁଜିଲାଣ୍ଡରେ ଭାରତୀୟ କ୍ରିକେଟ୍‌ ଦଳ ଇତିହାସ ସୃଷ୍ଟି କରିଛି । ପ୍ରଥମଥର ଟି-୨୦ ମ୍ୟାଚ୍‌ ଜିତିଛି ଦଳ । ଅଧିନାୟକ ଭାବେ ଏହି ସଫଳତାର ସ୍ୱାଦ ଚାଖିଥିବା ବେଳେ କିଛି ରେକର୍ଡ଼ର ମଧ୍ୟ ରୋହିତ ଅଧିକାରୀ ହୋଇଛନ୍ତି ।

ROHIT RECORD

ଅନ୍ତର୍ଜାତୀୟ ଟି-୨୦ରେ ରୋହିତ ସର୍ବାଧିକ ରନ୍‌ ସ୍କୋରର୍‌ ହୋଇଛନ୍ତି । ସେ ଆଜି ୩୫ ରନ୍‌ରେ ପହଞ୍ଚିବା ପରେ ନ୍ୟୁଜିଲାଣ୍ଡର ମାର୍ଟିନ୍‌ ଗପ୍‌ଟିଲ୍‌ଙ୍କୁ ପଛରେ ପକାଇ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି । ସେ ୯୨ ମ୍ୟାଚ୍‌ରେ ୮୪ ଇନିଂସ୍‌ ଖେଳି ସର୍ବାଧିକ ୨୨୮୮ ରନ୍‌ କରିଛନ୍ତି ।
ଏହା ସହିତ ଅଧିନାୟକ ଭାବେ ୧୪ଟି ମ୍ୟାଚ୍‌ ମଧ୍ୟରୁ ସର୍ବାଧିକ ଟି-୨୦ ମ୍ୟାଚ୍‌ ଜିତିବାରେ ମଧ୍ୟ ସେ ଅଷ୍ଟ୍ରେଲିଆର ମାଇକେଲ୍‌ କ୍ଲାର୍କ ଏବଂ ପାକିସ୍ତାନର ସର୍ଫରାଜ ଅହମଦଙ୍କ ସମକକ୍ଷ ହୋଇଛନ୍ତି । ଏହି ତିନିଜଣ ଯାକ ୧୨ଟି ଲେଖାଏଁ ମ୍ୟାଚ୍‌ ଜିତିଛନ୍ତି । ଅନ୍ତିମ ମ୍ୟାଚ୍‌ ଜିତିଲେ ରୋହିତ ଏହି ରେକର୍ଡ଼ ମଧ୍ୟ ଭାଙ୍ଗି ଦେବେ । ରୋହିତ ୧୩ଟି ମ୍ୟାଚ୍‌ରେ ଭାରତର ନେତୃତ୍ୱ ନେଇ ୧୨ଟିରେ ଜିତାଇଛନ୍ତି ।
ଆହୁରି ମଧ୍ୟ ଟି-୨୦ରେ ସର୍ବାଧିକ ଛକା ମାରିବାରେ ଆଜି ବିଶ୍ୱ ତାଲିକାର ଦ୍ୱିତୀୟ ସ୍ଥାନରେ ପହଞ୍ଚିଛନ୍ତି ରୋହିତ ଶର୍ମା । ସେ ୧୦୨ଟି ଛକା କରିଥିବା ବେଳେ େଓ୍ଵଷ୍ଟଇଣ୍ଡିଜ୍‌ର କ୍ରିସ୍‌ ଗେଲ୍‌ ଏବଂ ନ୍ୟୁଜିଲାଣ୍ଡର ମାର୍ଟିନ୍‌ ଗପ୍‌ଟିଲ୍‌ ୧୦୩ଟି ଛକା ସହ ପ୍ରଥମ ସ୍ଥାନରେ ରହିଛନ୍ତି । ଯାହକୁ ଆସନ୍ତା ମ୍ୟାଚ୍‌ରେ ଭାଙ୍ଗି ପାରିବେ ରୋହିତ ।

ROHIT SHARMA-3ଆଜି ସେ ୪ଟି ଛକା ମାରି ଅନ୍ତର୍ଜାତୀୟ କ୍ରିକେଟ୍‌ରେ ନିଜର ଛକା ସଂଖ୍ୟାକୁ ୩୪୯ରେ ପହଞ୍ଚାଇଛନ୍ତି । ଭାରତ ପକ୍ଷରୁ ସେ ସର୍ବାଧିକ ଛକା ମାରି ଧୋନି (୩୪୮)ଙ୍କ ରେକର୍ଡ଼ ଭାଙ୍ଗିଛନ୍ତି । ଏମାନଙ୍କ ପଛକୁ ଅଛନ୍ତି ସଚିନ୍‌ ତେନ୍ଦୁଲକର (୨୬୪) ।

ଆହୁରି ଗୋଟିଏ ରେକର୍ଡ଼ ମଧ୍ୟ ଭାଙ୍ଗିଛନ୍ତି ରୋହିତ ଶର୍ମା । ସେ ସର୍ବାଧିକ ୨୦ ଥର ୫୦ କିମ୍ବା ତାଠାରୁ ଅଧିକ ରନ୍‌ ସ୍କୋର କରିଛନ୍ତି । ତାଙ୍କ ପଛକୁ ଦ୍ୱିତୀୟ ସ୍ଥାନରେ ଅଛନ୍ତି ବିରାଟ କୋହଲି (୧୯) ଓ ମାର୍ଟିନ୍‌ ଗପ୍‌ଟିଲ୍‌ (୧୬) ।

ଭାରତ ପାଇଁ ଏହା ଗୌରବର ବିଷୟ ଯେ ଉଭୟ ଟେଷ୍ଟ ଓ ଦିନିକିଆ ଆନ୍ତର୍ଜାତିକରେ ଭାରତର ସଚିନ୍‌ ତେନ୍ଦୁଲକର ସର୍ବାଧିକ ରନ୍‌ ସଂଗ୍ରହକାରୀ ଥିବା ବେଳେ ଆଉ ଜଣେ ଭାରତୀୟ ଟି-୨୦ରେ ସର୍ବାଧିକ ସ୍କୋରର ଅଛନ୍ତି ।

ଟି-୨୦ରେ ସର୍ବାଧିକ ରନ୍‌

୧-ରୋହିତ ଶର୍ମା (ଭାରତ) : ୨୨୮୮ ରନ୍‌
୨-ମାର୍ଟିନ୍‌ ଗପ୍‌ଟିଲ୍‌ (ନ୍ୟୁଜିଲାଣ୍ଡ) : ୨୨୭୨
୩-ସୋଏବ ମଲ୍ଲିକ (ପାକିସ୍ତାନ) : ୨୨୬୩
୪-ବିରାଟ କୋହଲି (ଭାରତ) : ୨୧୬୭
୫-ବ୍ରେଣ୍ଡନ୍‌ ମ୍ୟାକ୍‌କୁଲମ୍‌ (ନ୍ୟୁଜିଲାଣ୍ଡ) : ୨୧୪୦

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.