କୋଲକାତରେ ଓଡ଼ିଆ ଯବାନଙ୍କ ଗୁଳି ମାଡରେ ଓଡିଆ ଯବାନ ମୃତ, ଏକେ ୪୭ରୁ ହୋଇଥିଲା ଗୁଳିମାଡ

କୋଲକାତା : କୋଲକାତା ଇଣ୍ଡିଆନ ମ୍ୟୁଜିୟମରେ ଘଟିଛି ଗୁଳିକାଣ୍ଡ। ଗୁଳିକାଣ୍ଡରେ ଜଣେ CIFS ଯବାନ ହୋଇଛନ୍ତି ନିହତ । ଇଣ୍ଡିଆନ ମ୍ୟୁଜିୟମରେ ଥିବା ବାରାକରେ ଜଣେ ସିଆଇଏସଏଫ ଯବାନ ଆଖିବୁଜା ଗୁଳିମାଡ଼ କରିଥିଲେ । ଏଥିରେ ଅନେକ ଯବାନ ଆହତ ହୋଇଥିବା ବେଳେ ଜଣେ ନିହତ ହୋଇଛନ୍ତି ।

ସର୍ଭିସ ବନ୍ଧୁକରେ ଗୁଳିମାଡ଼ କରିଥିଲେ ସିଆଇଏସଏଫ ଯବାନ । ଗୁଳିମାଡ଼ କରିଥିବା ଯବାନଙ୍କୁ ଗିରଫ କରାଯାଇଛି । କୋଲକାତା ପୋଲିସ କମିଶନର ବିନୀତ ଗୋଏଲ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ପ୍ରାୟ ୨୫ ରୁ ୩୦ ରାଉଣ୍ଡ ଗୁଳି ଚଳାଇଥିବା ଗୋଏଲ କହିଛନ୍ତି । ଛୁଟି ନ ମିଳିବାରୁ ଯବାନ ଏପରି କାଣ୍ଡ କରିଥିବା ଜଣାଯାଇଛି ।

ଉଭୟ ଯବାନ ଓଡ଼ିଶାର । ଗୁଳି ବର୍ଷଣ କରିଥିବା ସିଆଇଏସଏଫ ର ହେଡ୍‌ କନେଷ୍ଟବଳ ହେଲେ ଅକ୍ଷୟ ମିଶ୍ର । ମୃତ ଯବାନ ହେଲେ ସିଆଇଏସଏଫ ର ଏଏସ୍‌ଆଇ ଆର କେ ଷଡଙ୍ଗୀ । କମାଣ୍ଡାଣ୍ଟ ସୁବିର ଘୋଷ ମଧ୍ୟ ଗୁରୁତର ଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.