ଭାରତରେ ଚଳିତ ମାସରେ ଆରମ୍ଭ ହେବ COVID-19 ଭ୍ୟାକସିନ ‘Sputnik V’ର କ୍ଲିନିକାଲ ଟ୍ରାଏଲ: ରୁଷ

ବିଶ୍ୱରେ ଅନେକ ଦେଶ କରୋନା ମହାମାରୀ ସହ ଲଢ଼ୁଛନ୍ତି। ଭାରତ ସମେତ ଅନ୍ୟ ଦେଶରେ ରୁଷର କରୋନା ଭାଇରସ ଭ୍ୟାକସିନ Sputnik Vର କ୍ଲିନିକାଲ ଟ୍ରାଏଲ ଚଳିତ ମାସରେ ଆରମ୍ଭ ହେବ। Russian Direct Investment Fund (RDIF)ର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ କିରିଲ ଦିମିତ୍ରେବ ସୋମବାର ଏ ନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି, ସୌଦି ଆରବ, ୟୁଏଇ, ଫିଲିଫାଇନ୍ସ, ଭାରତ ଏବଂ ବ୍ରାଜିଲରେ ଭ୍ୟାକସିନର କ୍ଲିନିକାଲ ଟ୍ରାଏଲ ଆରମ୍ଭ ହେବ।

ଦିମିତ୍ରେବ କହିଥିଲେ, ‘ପଞ୍ଜିକରଣ ପରେ ଭ୍ୟାକସିନର ଅଧ୍ୟୟନ ୨୬ ଅଗଷ୍ଟରେ ଆରମ୍ଭ କରାଯାଇଥିଲା। ଏଥିରେ ୪୦,୦୦୦ରୁ ଅଧିକ ଲୋକ ସାମିଲ ଥିଲେ। ଫେଜ-୩ ଟ୍ରାଏଲର ପ୍ରାଥମିକ ରେଜଲ୍ଟ ଅକ୍ଟୋବର, ନଭେମ୍ବରରେ ବାହାରିବ’। Sputnik Vକୁ ୧୧ ଅଗଷ୍ଟରେ ରୁଷ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦ୍ୱାରା ପଞ୍ଜିକୃତ କରାଯାଇଥିଲା ଏବଂ କରୋନା ସହ ଲଢ଼ିବାରେ ଏହା ବିଶ୍ୱର ପ୍ରଥମ ପଞ୍ଜିକୃତ ଭ୍ୟାକସିନ।

vvb

ଏହାକୁ ରୁଷର Gamalaya National Research Center for Epidemiology and Microbiology ଏବଂ the Russian Direct Investment Fund (RDIF) ବିକଶିତ କରିଛନ୍ତି। ଭାରତରେ Sputnik Vର ସ୍ଥାନୀୟ ଉତ୍ପାଦନକୁ ନେଇ ରୁଷ, ଭାରତ ସରକାର ଏବଂ ଦେଶର ପ୍ରମୁଖ ଔଷଧ କମ୍ପାନୀଗୁଡିକ ସହ କଥାବାର୍ତ୍ତା ଜାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.