ପରିବା ଟ୍ରକ ଭିତରୁ ଜବତ କରାଗଲା ୮୦ ଲକ୍ଷ ଟଙ୍କାର ଗଂଜେଇ

ଭୁବନେଶ୍ଵର : ରାଜ୍ୟ ଏକ୍ସାଇଜ୍ ବିଭାଗ ମଙ୍ଗଳବାର ଭୁବନେଶ୍ୱରର ଖଣ୍ଡଗିରି ଅଞ୍ଚଳରେ ୮୦ ଲକ୍ଷରୁ ଅଧିକ ମୂଲ୍ୟର ପାଞ୍ଚ କ୍ୱିଣ୍ଟାଲ ଗଂଜେଇ ଜବତ କରିଛି । ଗଞ୍ଜେଇ ଚାଲାଣର ନୂଆ ତରିକା । ପରିବା ବୋଝେଇ ଟ୍ରକରେ ଗଂଜେଇ ଚୋରା ଚାଲାଣ । ଆନ୍ଧ୍ରପ୍ରଦେଶରୁ ବିହାର ଭାୟା ଭୁବନେଶ୍ୱର । ଚାଲାଣ ବେଳେ ଭୁବନେଶ୍ୱର ଖଣ୍ଡଗିରି ନିକଟରୁ ଧରିଲା ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ । ସାଢ଼େ ୫ କ୍ୱିଣ୍ଟାଲ ଗଞ୍ଜେଇ ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ୮୦ ଲକ୍ଷ ଟଙ୍କା ହେବ । ବନ୍ଧା କୋବି ଓ ବାଇଗଣ ବୋଝେଇ ଟ୍ରକ ଆନ୍ଧ୍ରାରୁ ବିହାର ଯାଉଥିଲା । ଟ୍ରକ ଡ୍ରାଇଭର ଓ ହେଲପର ଫେରାର୍‌ ହୋଇଯାଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.