ହାର୍‌ ମାନିଲା କଂଗ୍ରେସ, ସନ୍ଧ୍ୟା ୫ଟା ୩୦ରେ ଇସ୍ତଫା ଦେବେ ସିଏମ୍‌ ଗେହଲଟ୍‌

ରାଜସ୍ଥାନ ବିଧାନସଭା ନିର୍ବାଚନରେ ପରାଜୟ ସ୍ୱୀକାର କରିଛି କଂଗ୍ରେସ। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ଆଜି ସନ୍ଧ୍ୟାରେ ଇସ୍ତଫା ଦେବେ। ସାଢ଼େ ୫ଟାରେ ସେ ରାଜଭବନ ଯାଇ ରାଜ୍ୟପାଳଙ୍କୁ ନିଜର ଇସ୍ତଫା ପତ୍ର ଦେବେ ବୋଲି ଘୋଷଣା କରିଛନ୍ତି।

ରାଜସ୍ଥାନ ବିଧାନସଭା ନିର୍ବାଚନରେ ପରାଜୟ ସ୍ୱୀକାର କରିଛି କଂଗ୍ରେସ। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ଆଜି ସନ୍ଧ୍ୟାରେ ଇସ୍ତଫା ଦେବେ। ସାଢ଼େ ୫ଟାରେ ସେ ରାଜଭବନ ଯାଇ ରାଜ୍ୟପାଳଙ୍କୁ ନିଜର ଇସ୍ତଫା ପତ୍ର ଦେବେ ବୋଲି ଘୋଷଣା କରିଛନ୍ତି।

ରାଜ୍ୟପାଳ କଲରାଜ ମିଶ୍ରାଙ୍କୁ ଇସ୍ତଫା ପତ୍ର ଦେବେ ଗେହଲଟ। ସିଏମ୍‌ ଗେହଲଟ କହିଛନ୍ତି ଯେ ‘ଆମେ ଜନାଦେଶକୁ ସମ୍ମାନ କରୁଛୁ’। ନିର୍ବାଚନ ଆୟୋଗଙ୍କ ମୁତାବକ, ଖବର ଲେଖାଯିବା ସୁଦ୍ଧା ବିଜେପି ୧୧୭ଟି ଆସନରେ ଜିତିଥିବା ବେଳେ କଂଗ୍ରେସ ୬୭ଟି ଆସନରେ ବିଜୟ ହାସଲ କରିଛି। ଏହିପରି ଅନ୍ୟାନ୍ୟ ଦଳ ୧୫ଟି ଆସନରେ ଜିତିଛନ୍ତି।

ଗତ ପାଞ୍ଚ ବର୍ଷ ଧରି ରାଜସ୍ଥାନରେ କ୍ଷମତା ବାହାରେ ଥିବା ବିଜେପି ବର୍ତ୍ତମାନ ପ୍ରତ୍ୟାବର୍ତ୍ତନ କରୁଛି। ବିଜେପି ପ୍ରାର୍ଥୀମାନଙ୍କ ବିଜୟ ଦଳର ଅଧିକାରୀ ଏବଂ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଉତ୍ସାହ ଭରୁଛି।

ସେପଟେ ସରଦାରପୁରା ଆସନରେ ଜୋରଦାର ବିଜୟ ହାସଲ କରିଛନ୍ତି ସିଏମ୍‌ ଗେହଲଟ। ସେ ବିଜେପି ପ୍ରାର୍ଥୀ ମହେନ୍ଦ୍ର ସିଂ ରାଠୋରଙ୍କୁ ୨୬୩୯୬ ଭୋଟ୍‌ ବ୍ୟବଧାନରେ ହରାଇ ଦେଇଛନ୍ତି। ଏହି ନିର୍ବାଚନରେ କଂଗ୍ରେସର ଅଧିକାଂଶ ମନ୍ତ୍ରୀ ପରାଜିତ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.