ନବରାତ୍ରରେ ଯୋଗୀ ଆଦିତ୍ୟନାଥ ଆରମ୍ଭ କଲେ ‘ମିଶନ ଶକ୍ତି’, ରାଜ୍ୟ ପୋଲିସରେ ୨୦ ପ୍ରତିଶତ ମହିଳାଙ୍କୁ ନିଯୁକ୍ତି ଘୋଷଣା

ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମହିଳାଙ୍କ ସୁରକ୍ଷା ନେଇ ଶନିବାର ମିଶନ ଶକ୍ତି ଅଭିଯାନ ଆରମ୍ଭ କରିଛନ୍ତି। ଏ ଅବସରରେ ଯୋଗୀ କହିଛନ୍ତି ଆମେ ନାରୀଙ୍କୁ ବ୍ୟବହାରିକ ଜୀବନରେ ମଧ୍ୟ ଶକ୍ତିର ସ୍ୱରୂପ ଭାବେ ପ୍ରସ୍ତୁତ କରି ପାରିବା, ଏହି ଭାବନାକୁ ଆଗକୁ ବଢ଼ାଇବା ପାଇଁ ଆଜି ସରକାର ପ୍ରଦେଶରେ ଏକ ନୂଆ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି।

yogi2

ମୁଖ୍ୟମନ୍ତ୍ରୀ କହିଛନ୍ତି ବଳରାମପୁରକୁ ବିକାଶ ଓ ସମୃଦ୍ଧିକୁ ଆଉ ପାଦେ ଆଗେଇ ନେବାକୁ ଏଠାରେ ଏକାସଙ୍ଗେ ୫୦୦ କୋଟି ଟଙ୍କାର ଯୋଜନାର ଶିଳାନ୍ୟାସ ଓ ଲୋକାର୍ପଣ ହେଉଛି। ଯିଏ ବି ନାରୀମାନଙ୍କ ସମ୍ମାନ ସହ ଖେଳିବ ସରକାର ତାକୁ ଆଇନ୍‌ ଅନୁସାରେ କଠିନରୁ କଠିନ ଦଣ୍ଡ ଦେବେ। ଯୋଗୀ ଘୋଷଣା କରିଛନ୍ତି ଯେ ଏବେ ପୋଲିସରେ ୨୦ ପ୍ରତିଶତ ମହିଳାଙ୍କୁ ନିଯୁକ୍ତି ମିଳିବ।

ସୂଚନାଯୋଗ୍ୟ ଯେ ଲକ୍ଷ୍ନୌ ସମେତ ମଣ୍ଡଳର ସମସ୍ତ ଜିଲ୍ଲାରେ ମହିଳା ଓ ବାଳିକାଙ୍କ ପାଇଁ ୧୮୦ ଦିନର ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି। ଏ ଅବସରରେ ମହିଳା ସୁରକ୍ଷା ଓ ସମ୍ମାନ ପ୍ରତି ଲୋକଙ୍କୁ ସଚେତନ କରାଯିବ। ପ୍ରଥମ ପର୍ଯ୍ୟାୟ ୧୭ରୁ ୨୫ ଅକ୍ଟୋବର ଯାଏଁ ଚାଲିବ ଓ ଏପ୍ରିଲରେ ଶେଷ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.