ବାନ୍ଦା ଡଙ୍ଗା ବୁଡିରେ ପ୍ରାଣ ହରାଇଥିବା ପ୍ରତି ବ୍ୟକ୍ତିଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କଲେ ଯୋଗୀ ଆଦିତ୍ୟନାଥ

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବାନ୍ଦା ନୌକା ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିଜନଙ୍କୁ ୪ ଲକ୍ଷର ଆର୍ଥିକ ସହାୟତା ଦେବା ପାଇଁ ଘୋଷଣା କରିଛନ୍ତି। ପୀଡିତଙ୍କୁ ତତ୍କାଳ ସହାୟତା ପ୍ରଦାନ ଏବଂ ଉଦ୍ଧାର କାର୍ଯ୍ୟ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଏହାଛଡା ମୁଖ୍ୟମନ୍ତ୍ରୀ ଯୋଗୀ ଦୁଇମନ୍ତ୍ରୀ ରାମକେଶ ନିଷାଦ ଏବଂ ରାକେଶ ସଚାନଙ୍କୁ ଘଟଣାସ୍ଥଳରେ ପହଞ୍ଚିବା ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରିଛନ୍ତି।

ସୂଚନାଯୋଗ୍ୟ, ମର୍କାରୁ ଫତେହପୁର ଓ ପ୍ରୟାଗରାଜକୁ ଯାତ୍ରୀ ଏହିଭଳି ଭାବରେ ଡଙ୍ଗାରେ ଯିବାଆସିବା କରନ୍ତି। ଡଙ୍ଗା ହିଁ ସେମାନେଙ୍କର ସାହାରା। ଏହି ଡଙ୍ଗାରେ ୩୦-୪୦ ଲୋକ ନଦୀ ପାର କରି ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଆନ୍ତି। ଗୁରୁବାର ଦିନ ପ୍ରାୟ ଅଢ଼େଇଟା ବେଳେ ମର୍କାରୁ ୩୦ରୁ ଅଧିକ ଲୋକ ଡଙ୍ଗାରେ ବସି ଫତେହପୁର ଯାଉଥିଲେ। ହେଲେ ଯମୁନାରେ ସୁଅ ଅଧିକ ଥିବାରୁ ଡଙ୍ଗାଟି ହଠାତ୍  ନିୟନ୍ତ୍ରଣ ହରାଇ ବୁଡ଼ିଯାଇଥିଲା। ସେଥିମଧ୍ୟରୁ ୪ ଜଣ ପହଁରି ପହରିଁ କୂଳକୁ ଆସିବାରେ ସକ୍ଷମ ହୋଇଛନ୍ତି।

ବାନ୍ଦାର ମରକାରେ ଯମୁନା ନଦୀରେ ଡଙ୍ଗା ଓଲଟିବା କାରଣରୁ ୪ ଜଣ ଲୋକ ମୃତ୍ୟୁବରଣ କରିଥିବା ବେଳେ ୧୭ ଜଣ ଲୋକ ନିଖୋଜ ରହିଥିଲେ। ଏହି ଘଟଣାରେ ଏନଡିଆରଏଫ ଏବଂ ଏସଡିଆରଏଫ ଟିମ୍‌ ରେସ୍କ୍ୟୁ ଅପରେସନ ଜାରି ରଖିଛି। ଏପର୍ଯ୍ୟନ୍ତ ୩ ଜଣଙ୍କ ମୃତୁଦେହକୁ ଜବତ କରିଥିବା ବେଳେ ୨୦ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଅନ୍ୟ ନିଖୋଜଙ୍କୁ ଖୋଜା ଚାଲିଛି ।  ଏହାକୁ ନେଇ ଜିଲ୍ଲାଧିକାରୀ ଅନୁରାଗ ପଟେଲ କହିଛନ୍ତି, ପବନ ଜୋରରେ ବୋହୁଥିବା ଯୋଗୁଁ ଡଙ୍ଗା ନିୟନ୍ତ୍ରଣ ହରାଇ ଓଲଟିପଡିଥିଲା। ମୃତକଙ୍କ ମଧ୍ୟରେ ଦୁଇଜଣ ମହିଳା ଏବଂ ଜଣେ ପିଲା ରହିଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.