ମଝି ରାସ୍ତାରେ ହେଲା ନାଗ ଓ ନେଉଳ ଲଢ଼େଇ, ଦେଖନ୍ତୁ କିଏ ଜିତିଲା ଆଉ କିଏ ହାରିଲା

ସୋସିଆଲ ମିଡିଆରେ ପ୍ରତ୍ୟେକ ଦିନ ପଶୁ-ପକ୍ଷୀଙ୍କ ଭିଡିଓ ଭାଇରାଲ ହେଉଛି। ଆଉ ଏହି ଭିଡିଓ ସବୁକୁ ଲୋକେ ଖୁବ୍‌ ପସନ୍ଦ କରୁଛନ୍ତି। ଜଙ୍ଗଲରେ ଏମାନଙ୍କର ଲଢ଼େଇକୁ କେହି ଦେଖିପାରନ୍ତି ନାହିଁ। ଏମିତିରେ ଏହି ସାପ-ନେଉଳଙ୍କର ଏହି ଲଢ଼େଇକୁ ଲୋକେ ଖୁବ୍‌ ପସନ୍ଦ କରୁଛନ୍ତି। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି। ଯାହାକୁ ଲୋକମାନେ ବହୁତ ପସନ୍ଦ କରିବା ସହିତ ଅନେକ ପ୍ରତିକ୍ରୀୟା ମଧ୍ୟ ଦେଉଛନ୍ତି।

ଆପଣ ଷଣ୍ଢ ଲଢ଼େଇ ଅନେକ ଥର ଦେଖିଥିବେ ଆଉ ଏହା ମଧ୍ୟ ଶୁଣିଥିବେ ଯେ ଯେତେ ବି ବିଷାକ୍ତ ସାପ ହେଉ ନା କାହିଁକି ନେଉଳକୁ ଡରିଥାଏ। ଏଥିପାଇଁ ତ କଥାରେ କୁହାଯାଏ ‘ସପାର୍ତ ନକୁଳାତ ବିଭେତି’। କିନ୍ତୁ ଆପଣ ଏହାକୁ ରିୟଲରେ କେବେ ଦେଖି ନଥିବେ।  ତାହାଲେ ଆସନ୍ତୁ ଜାଣିବା ଏହି ଲଢ଼େଇରେ କାହାର ବିଜୟ ହେଉଛି।


ଭିଡିଓରେ ଦେଖିପାରିବେ ଯେ କୋବ୍ରା ମଝି ରାସ୍ତାରେ ଗୋଡେଇ ହୋଇ ଯାଉଥିଲା ଆଉ ଏହି ସମୟରେ ସାମ୍ନା ପଟରେ ଏକ ବଡ ବସ ମଧ୍ୟ ଛିଡା ହୋଇଥିବା ଦେଖିବାକୁ ପାଇବେ। ଏହି ସମୟରେ ଏକ ନେଉଳ କୋବ୍ରା ପାଖକୁ ଆସିଯାଉଛି। କୋବ୍ରା ନେଉଳକୁ ଦେଖି ତାକୁ ଆକ୍ରମଣ କରିବାକୁ ଲାଗିଲା। ନେଉଳ ବି ଛାଡିଲା ଜନ୍ତୁ ନୁହେଁ ସେ ପାଲଟା ଆକ୍ରମଣ କଲା। ବହୁତ ସମୟ ଲଢ଼େଇ ପରେ ନେଉଳର ବିଜୟ ହେଲା ଏବଂ ସେ ସାପର ମୁହଁକୁ ଧରି ପକାଇଲା। ଏହାପରେ ନେଉଳ ସେଠାରୁ ପଳାଇଗଲା।

ମାତ୍ର କେଇ ମିନିଟର ଏହି ଭିଡିଓକୁ ଲୋକେ ଖୁବ୍‌ ପସନ୍ଦ କରୁଛନ୍ତି। ଟ୍ଵିଟରରେ ସେୟାର କରାଯାଇଥିବା ଏହି ଭିଡିଓକୁ ୧୯ ହଜାରରୁ ଅଧିକ ଲୋକ ଦେଖିସାରିଲେଣି। ଏହାସହିତ ୨୦୦ରୁ ଅଧିକ ରିଟ୍ଵିଟ ମଧ୍ୟ ହୋଇସାରିଲାଣି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.