କଂଗ୍ରେସ ବିଧାୟକ ଗିରଫ, ୮ ବର୍ଷ ପୁରୁଣା ଡ୍ରଗ୍ସ ମାମଲାରେ ସକାଳୁ ଉଠାଇନେଲା ପୋଲିସ

କଂଗ୍ରେସ ବିଧାୟକ ସୁଖପାଲ ସିଂହ ଖେରାଙ୍କୁ ପୋଲିସ ଗିରଫ କରିଛି । ୮ ବର୍ଷ ପୁରୁଣା ମାମଲାରେ କାର୍ଯ୍ୟାନୁଷ୍ଠାନ ନେଇଛି ପୋଲିସ । ୨୦୧୫ ଡ୍ରଗ୍ସ କେସରେ ଗିରଫ ହୋଇଛି ।

ଡ୍ରଗ୍ସ ମାମଲାରେ କଂଗ୍ରେସ ବିଧାୟକ ସୁଖପାଲ ସିଂହ ଖେରା ଗିରଫ । ପୋଲିସ କଂଗ୍ରେସ ବିଧାୟକଙ୍କୁ ଚଣ୍ଡୀଗଡ ସ୍ଥିତ ସେକ୍ଟର-୫ ବାସଭବନରୁ ଗିରଫ କରିଛି । ୨୦୧୫ର ନାର୍କୋଟିକ ଡ୍ରଗସ ଆଣ୍ଡ ସାଇକୋଟ୍ରୋପିକ ସବଷ୍ଟାନ୍ସ (ଏନଡିପିଏସ) ଆକ୍ଟ ଆଧାରରେ ବିଧାୟକ ଗିରଫ ହୋଇଥିବା ସୂଚନା ମିଳିଛି ।

ସୂଚନା ମୁତାବକ, ଖେରାଙ୍କୁ ଜଲାଲବାଦ ପୋଲିସ ଆଜି ସକାଳୁ ଗିରଫ କରିଥିଲା । ସକାଳ ପାଖାପାଖି ୫ଟା ସମୟରେ ୁ ଚଣ୍ଡୀଗଡ ସ୍ଥିତ ସେକ୍ଟର-୫ରେ ପୋଲିସ ଗିରଫ କରିଥିଲା । ଖେରା କଂଗ୍ରେସର ଜଣେ ବରିଷ୍ଠ ବିଧାୟକ ହୋଇଥିବାରୁ ତାଙ୍କର ଗିରଫଦାରୀକୁ ନେଇ ରାଜନୈତିକ ମହଲରେ ବେଶ୍ ଚର୍ଚ୍ଚା ଚାଲିଛି । ଗତ ୨୦୧୫ ମସିହାରୁ ଖେରାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପଚରାଉଚରା କରି ଆସୁଥିଲା । ଏହା ପୂର୍ବରୁ ଇଡି ଖେରାଙ୍କ ବାସଭବନରେ ଚଢ଼ଉ କରିଥିଲା ।

ବିଧାୟକ ଗିରଫ ହେବା ପରେ ପୋଲିସର କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶ୍ନ କରିଛନ୍ତି । ରାଜ୍ୟ ସରକାର ମନମାନୀ କରୁଥିବା ଅଭିଯୋଗ କରିଛନ୍ତି । ସେ କହିଛନ୍ତି, ରାଜନୈତିକ ସ୍ୱାର୍ଥ ଯୋଗୁଁ ତାଙ୍କୁ ହଇରାଣ କରାଯାଉଛି । ଖେରା ଫେସବୁକ ଲାଇଭ ଭିଡିଓରେ ପୋଲିସ ସହିତ ଯୁକ୍ତିତର୍କ କରୁଥିବାର ଦେଖିବାକୁ ମିଳିଛି ।

ଖେରା ଏବେ ଭୋଲାଥ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ରହିଥିବା ବେଳେ ସେ କଂଗ୍ରେସର କିଷାନ ସେଲର ରାଷ୍ଟ୍ରୀୟ ଅଧ୍ୟକ୍ଷ ରହିଛନ୍ତି। ୨୦୧୫ରେ ଡ୍ରଗସ ତସ୍କରୀ ମାମଲାରେ ତାଙ୍କ ନାମରେ ମାମଲା ଦାୟର କରାଯାଇଥିଲା । ଫାଜିଲ୍କା କୋର୍ଟ କିଛି ଡ୍ରଗସ ତସ୍କରଙ୍କୁ ଗିରଫ କରିବା ପରେ ଖେରାଙ୍କୁ ସମନ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.