୩୭୫ ବର୍ଷ ପରେ ମିଳିଲା ଅଷ୍ଟମ ମହାଦେଶ, ପ୍ରଶାନ୍ତ ମହାସାଗର ତଳେ ଲୁଚି ରହିଥିଲା

ଆବିଷ୍ମାର ହୋଇଥିବା ଏହି ମହାଦେଶର ନାମ ଜିଲ୍ୟାଣ୍ଡିଆ ରଖାଯାଇଛି । ଏହି ଅଷ୍ଟମ ମହାଦେଶ ପ୍ରଶାନ୍ତ ମହାସାଗର ଦକ୍ଷିଣ କ୍ଷେତ୍ର ମଧ୍ୟରେ ପାଖାପାଖି ୩୫୦୦ ଫୁଟ ଗଭୀରରେ ଅବସ୍ଥିତ । ତେବେ ଏହି ମହାଦେଶକୁ ନେଇ ବର୍ତ୍ତମାନ ବିତର୍କ ଦେଖାଯାଇଛି ।

ପୃଥିବୀରେ ୭ଟି ମହାଦେଶ ଅଛି ଏହା ତ ସମସ୍ତେ ଜାଣନ୍ତି । କିନ୍ତୁ ବୈଜ୍ଞାନିକମାନେ ପୃଥିବୀର ଅଷ୍ଟମ ମହାଦେଶ ଆବିଷ୍କାର କରିଛନ୍ତି । ଆପଣଙ୍କୁ କଥାଟା ହୁଏତ ବିଶ୍ୱାସ ହେଉନଥିବ । କିନ୍ତୁ ପୃଥିବୀର ଅଷ୍ଟମ ମହାଦେଶ ବର୍ତ୍ତମାନ ସାମ୍ନାକୁ ଆସିଛି । ରିପୋର୍ଟ ଅନୁସାରେ ଦୁନିଆର ଅଷ୍ଟମ ମହାଦେଶର ସନ୍ଧାନ ବୈଜ୍ଞାନିକମାନେ କରିଛନ୍ତି । ଏହାକୁ ଆବିଷ୍କାର କରିବା ପାଇଁ ବୈଜ୍ଞାନିକଙ୍କୁ ପାଖାପାଖି ୩୭୫ ବର୍ଷ ସମୟ ଲାଗିଥିଲା । କୁହାଯାଉଛି ଏହା ପାଣି ତଳେ ଲୁଚି ରହିଥିଲା । ଏହି ମହାଦ୍ୱୀପ ନିକଟରେ ଅନେକ ରହସ୍ୟ ମଧ୍ୟ ରହିଛି । ଖବର ଅନୁସାରେ ଭୂତତ୍ୱବିତମାନେ ପ୍ରଶାନ୍ତ ମହାସାଗରରେ ଏକ ବଡ଼ ଅଂଶ ଆବିଷ୍କାର କରିଥିଲେ, ଯାହାକୁ ଲୋକମାନେ ଭୁଲି ଯାଇଥିଲେ । କିନ୍ତୁ ସମସ୍ୟା ହେଉଛି ଏହି ମାଳଦ୍ୱୀପର ପ୍ରାୟ ୯୪% ଅଂଶ ପାଣି ଭିତରେ ରହିଛି । ବର୍ତ୍ତମାନ ଏହି ସନ୍ଧାନ ସହିତ ପର୍ଯ୍ୟାପ୍ତ ପ୍ରମାଣ ଅଛି ଯାହା ବିଶ୍ୱର ଅଷ୍ଟମ ମହାଦେଶକୁ ପ୍ରମାଣ କରୁଛି ।

ଆବିଷ୍ମାର ହୋଇଥିବା ଏହି ମହାଦେଶର ନାମ ଜିଲ୍ୟାଣ୍ଡିଆ ରଖାଯାଇଛି । ଏହି ଅଷ୍ଟମ ମହାଦେଶ ପ୍ରଶାନ୍ତ ମହାସାଗର ଦକ୍ଷିଣ କ୍ଷେତ୍ର ମଧ୍ୟରେ ପାଖାପାଖି ୩୫୦୦ ଫୁଟ ଗଭୀରରେ ଅବସ୍ଥିତ । ତେବେ ଏହି ମହାଦେଶକୁ ନେଇ ବର୍ତ୍ତମାନ ବିତର୍କ ଦେଖାଯାଇଛି । ଏହାକୁ ମହାଦେଶ କହିବା ଠିକ ନା ନୁହେଁ ଏଭଳି କିିଛି ପ୍ରଶ୍ନ ଉଠିଛି । ବୈଜ୍ଞାନିକମାନେ ସହମତି ଦେଇ କହିଛନ୍ତି ଯେ ଏକ ମହାଦେଶର ନିଶ୍ଚିତ ଭାବରେ ସୀମା ରହିଥାଏ ଏବଂ ଏହାର କ୍ଷେତ୍ରଫଳ ୧ ମିଲିୟନ ବର୍ଗ କିମିରୁ ଅଧିକ ହେବା ଆବଶ୍ୟକ ।

ଏହି କଥାକୁ ନଜର ଦେଲେ ମହାଦେଶ ସମସ୍ତ ମାନଦଣ୍ଡକୁ ପୂରା କରୁଛି । କିନ୍ତୁ ଏହା ସମୁଦ୍ର ତଳେ ରହିଛି । ଏହା ବ୍ୟତୀତ ଦ୍ୱିତୀୟ ସମସ୍ୟା ହେଉଛି ଏହି ମହାଦେଶରେ ସବୁଠାରୁ ପୁରୁଣା ପଥର ରହିଛି ଏବଂ ଭୂତଳ ନମୁନା ପ୍ରାୟ ୫୦୦ ମିଲିୟନ ବର୍ଷ ପୁରୁଣା । କିନ୍ତୁ ଅନ୍ୟ ମହାଦେଶମାନଙ୍କର ଭୂତଳ ପ୍ରାୟତଃ ୧ ବିଲିୟନ ବର୍ଷ ପୁରୁଣା । ଏହା ବ୍ୟତୀତ ଏହା ବିଷୟରେ ଅନେକ ସିଦ୍ଧାନ୍ତ ରହିଛି ଯାହା ବୈଜ୍ଞାନିକମାନଙ୍କ ଅନୁମାନର ଦୁଇଗୁଣ ବଡ଼ ହୋଇଥିବା ସୂଚାଏ । ତେବେ ବୈଜ୍ଞାନିକମାନେ ଦୀର୍ଘ ସମୟ ଧରି ଜିଲ୍ୟାଣ୍ଡିଆକୁ ଖୋଜିବାକୁ ଚେଷ୍ଟା କରୁଥିଲେ ଏବଂ ଶେଷରେ ୩୭୫ ବର୍ଷ ପରେ ଭୂବିଜ୍ଞାନୀମାନେ ଏହାକୁ ୨୦୧୭ରେ ଆବିଷ୍କାର କରିଥିଲେ ।

ଏହାକୁ ଆବିଷ୍କାର କରାଯାଇଥିଲେ ମଧ୍ୟ ଭୂବିଜ୍ଞାନୀମାନେ ଦାବି କରିଛନ୍ତି ଯେ ମହାଦେଶ ବିଷୟରେ ଆହୁରି ଅନେକ ଜିନିଷ ସନ୍ଧାନ ହେବାକୁ ବାକି ଅଛି । ତେବେ ଏହା ପତଳା ହୋଇଥିଲେ ମଧ୍ୟ ଏହା କିପରି ଠିକ୍‌ ରହିଛି । ଜିଲ୍ୟାଣ୍ଡିଆ ବିଷୟରେ ଆଉ ଏକ ରହସ୍ୟ ହେଉଛି ଏହା କେବେ ପାଣି ଭିତରକୁ ଯାଇଥିଲା । ତେବେ ନିକଟ ଭବିଷ୍ୟତରେ ଅଧିକ ଉତ୍ତର ମିଳିବ ବୋଲି ଆଶା କରାଯାଉଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.