Below header

ବିଜେପିକୁ କଂଗ୍ରେସ୍‌ର ‘ହଗ୍‌ ଡେ’ ବାର୍ତ୍ତା, ଭାଇରାଲ ହେଲା ମୋଦିଙ୍କୁ ରାହୁଲଙ୍କ ଆଲିଙ୍ଗନ ଭିଡିଓ

ନୂଆଦିଲ୍ଲୀ : ଭାଲେଣ୍ଟାଇନ୍‌ ସପ୍ତାହର ଗତକାଲି ପଞ୍ଚମ ଦିବସ ଥିଲା ‘ହଗ୍‌ ଡେ’ ଅର୍ଥାତ୍‌ ଆଲିଙ୍ଗନ ଦିବସ । ଏହି ଦିନରେ କଂଗ୍ରେସ ଦଳ ପକ୍ଷରୁ ଏକ ଅଭିନବ ପ୍ରଚାର କରାଯାଇଛି ସୋସିଆଲ ମିଡିଆରେ । ସଂସଦରେ ଭାଷଣ ଦେବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଅଚାନକ ଆସି ଆଲିଙ୍ଗନ କରିଥିଲେ । ଯାହାକୁ ନେଇ ସେତେବେଳେ ଖୁବ୍‌ ଚର୍ଚ୍ଚା ହୋଇଥିଲା । ତେବେ ସେହି ଆଲିିଙ୍ଗନର ଭିଡିଓକୁ କଂଗ୍ରେସ ତରଫରୁ ଏବେ ଭାଇରାଲ କରାଯାଇଛି । ଏଥିରେ ଭାରତୀୟ ଜନତା ପାର୍ଟିକୁ ବାର୍ତ୍ତା ହେଉଛି ଯେ ‘ଭଲ ପାଅ, ଘୃଣା କର ନାହିଁ’ । ଗତ ବର୍ଷ ଜୁଲାଇ ମାସରେ ମୌସୁମୀ ଅଧିବେଶନ ଚାଲିଥିବା ବେଳେ ରାହୁଲ ଭାଷଣ ଦେଉ ଦେଉ ମଝିରେ ଅଚାନକ ନିଜ ଆସନରୁ ଯାଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କୁଣ୍ଢାଇ ପକାଇଥିଲେ । ମୋଦିଙ୍କୁ ସବୁ ବେଳେ ସମାଲୋଚନା କରୁଥିଲେ ମଧ୍ୟ ତାଙ୍କ ମନରେ ମୋଦିଙ୍କ ପ୍ରତି ଘୃଣା ଭାବ ନାହିଁ ବୋଲି ସବୁ ବେଳେ ରାହୁଲ କହି ଆସିଛନ୍ତି ।

ଦେଖନ୍ତୁ ସେହି ଭିଡିଓ…

 

View this post on Instagram

 

Today our message to the #BJP is simple: #Hug, don’t hate 🤗 . . #HugDay

A post shared by Congress (@incindia) on

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.