ବିହାର : ଦିନରେ ବିଧାନସଭାରେ ବିପକ୍ଷ ନେତାଙ୍କୁ ମାଡ଼, ରାତିରେ ଶାସକ ଦଳ ନେତାଙ୍କ ଭୋଜି

ପାଟନା :  ବିହାରରେ ଏବେ ଅଦ୍ଭୁତ ରାଜନୈତିକ ଘଟଣାକ୍ରମ ଦେଖିବାକୁ ମିଳିଛି । ଯାହାକୁ ଦେଖି ସାରା ଦେଶ ସ୍ତବ୍ଧ ହୋଇଛି । ବିପକ୍ଷ ଦଳ ବିହାର ସ୍ପେସିଆଲ ଆର୍ମଡ୍‌ ଫୋର୍ସ ବିଧେୟକକୁ ବିରୋଧ କରି ବାଚସ୍ପତିଙ୍କୁ ଘେରୁଥିବା ବେଳେ ସୁରକ୍ଷାକର୍ମୀଙ୍କ ଦ୍ୱାରା ଧୂମ୍‌ ଛେଚା ଖାଇଛନ୍ତି । ବିଧାନସଭା ମଧ୍ୟରେ ବିଧାୟକଙ୍କୁ କେଉଁଠି ମାଡ ମରାଯାଉଥିବାର ଦେଖିବାକୁ ମିଳିଥିଲା ତ କେଉଁଠି ବିଧାୟକଙ୍କୁ ସୁରକ୍ଷାକର୍ମୀ ଘୋଷାରି ନେଉଥିବା ଦେଖାଯାଇଥିଲା । ଫଳରେ ବିଧାନ ସଭାକୁ ବାଚସ୍ପତି ସ୍ଥଗିତ ନିର୍ଦ୍ଦେଶ ଦେଇଥିଲେ ।

ଖଦୀ ଉପରେ ଖାକିର ଏଭଳି କାଣ୍ଡ ସମସ୍ତଙ୍କୁ ଅବାକ୍‌ କରିଦେଇଥିଲା । ବିଧାନସଭାରେ ଏତେ ବଡ଼ ହଙ୍ଗାମା ହେବା ସତ୍ତ୍ୱେ ଶାସକ ଦଳର ନେତା ସନ୍ଧ୍ୟାରେ ଭୋଜି କରୁଥିବା ଦେଖିବାକୁ ମିଳିଥିଲା । ଏହି ଭୋଜି କୁଆଡେ ବାଚସ୍ପତିଙ୍କ ତରଫରୁ ଦିଆଯାଉଥିଲା ବୋଲି କୁହାଯାଉଛି । ବିହାର ବିଧାନସଭା ଅଧ୍ୟକ୍ଷ ବିଜୟ ସିହ୍ନା ବସନ୍ତ ଉତ୍ସବ ଅବସରରେ ଏକ ଭୋଜିର ଆୟୋଜନ କରିଥିଲେ । ଏଥିରେ ଶାସକ ଦଳ ଓ ବିରୋଧୀ ଦଳର ନେତାଙ୍କୁ ମଧ୍ୟ ଆମନ୍ତ୍ରଣ କରିଥିଲେ ।

ହେଲେ ବିଧାନସଭାରେ ହଙ୍ଗାମା ପରେ ବିରୋଧୀ ନେତା ଭୋଜିରେ ଯୋଗ ଦେଇ ନଥିଲେ । ହେଲେ ମୁଖ୍ୟମନ୍ତ୍ରୀ ଓ ସମସ୍ତ ଏନ୍‌ଡିଏ ନେତା ଏଥିରେ ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ବିଧାନସଭାରେ ଘଟିଯାଇଥିବା ଏହି କାଣ୍ଡ ପରେ କଂଗ୍ରେସ ଏଥିରୁ ଖିଅ କାଢ଼ୁଛି । ଆଗାମୀ ୨୦୨୪ ନିର୍ବାଚନରେ ଏହାକୁ ଇସ୍ୟୁ କରିବା ନେଇ ସମସ୍ତ ପ୍ରସ୍ତୁତି ଆରମ୍ଭ କରୁଛି । ସହରରୁ ଗାଁ ଯାଏ ବିଧାନସଭାର ଏଭଳି କାର୍ଯ୍ୟ ଓ ସରକାରଙ୍କ ବିଭିନ୍ନ ବିଫଳତା ନେଇ ଗେମ୍‌ ପ୍ଲାନ ପ୍ରସ୍ତୁତ କରୁଛି କଂଗ୍ରେସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.