ପତ୍ର ଲେଖି ପତ୍ନୀଙ୍କୁ ପିଟିବାକୁ ଆବେଦନ କଲେ ପୁଲିସ ଅଧିକାରୀ

ରାୟପୁର : ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଏକ ସାଧାରଣ କଥା । ଏପରିକି ଝଗଡ଼ା ଦ୍ବାରା ଦମ୍ପତିଙ୍କ ମଧ୍ୟରେ ପ୍ରେମ ବଢ଼ିଥିବା କଥା ମଧ୍ୟ କୁହାଯାଇଥାଏ । କିନ୍ତୁ ନିକଟଅତିତରେ ଏକ ଆଶ୍ଚର୍ୟ୍ୟକର କଥା ଦେଖିବାକୁ ମିଳିଛି। ଛତିଗଡ଼ର ରାୟଗଡ଼ ଅଞ୍ଚଳରେ ସଂଞ୍ଜୟ ସିଂ ନାମକ ଜଣେ ପୁଲିସଅଧିକାରୀ ତାଙ୍କ ଧର୍ମପତ୍ନୀଙ୍କୁ ମାରିବା ପାଇଁ ଲିଖିତ ଭାବେ ଆଇନ୍ ଗତ ମଞ୍ଜୁରୀ ମାଗିଛନ୍ତି ।

ଏବେ କିଛି ଦିନ ହେବା ଛତିଶଗଡ଼ର ପୁଲିସ ଅଧିକାରୀ ତାଙ୍କର ବିଭିନ୍ନ ପ୍ରକାରର ଦାବିକୁ ନେଇ ଆନ୍ଦୋଳନ କରିଛନ୍ତି । ଏଥିମଧ୍ୟରେ ସଂଞ୍ଜୟ ସିଂ ନାମକ ଜଣେ ପୁଲିସକର୍ମୀ ତାଙ୍କ ପତ୍ନୀଙ୍କୁ ପିଟିବା ପାଇଁ ଲିଖିତ ମଞ୍ଜୁରୀ ମାଗିଛନ୍ତି । ସେ ପତ୍ରରେ ଲେଖିଛନ୍ତି , ପୁଲିସ କର୍ମଚାରୀଙ୍କ ଚାଲି ଥିବା ଆନ୍ଦୋଳନରେ ତାଙ୍କ ସପରିବାର ସାମିଲ ହେଉଛନ୍ତି । ଏଥିରେ ମୋ ପତ୍ନୀ ମଧ୍ୟ ସାମିଲ ହେବା ପାଇଁ ଜିଦ୍ ଧରିଛନ୍ତି। କିନ୍ତୁ ମୁଁ ଚାହୁଁନାହିଁ ସେ ଏଥିରେ ସାମିଲ ହୁଅନ୍ତୁ ଏଣୁ ତାଙ୍କୁ ଅଟକାଇବାକୁ ଯାଇ ମତେ ତାଙ୍କୁ ମାରିବାର ଅନୁମତି ଦରକାର ରହିଛି। ମୋ ଶ୍ବଶୁର ଘର ରାଜନୈତିକ ସମ୍ବନ୍ଧ ରହିଥିବାରୁ ମୋ ଉପରେ ପ୍ରଭାବ ପଡ଼ୁଛି ।

ଏହି ପତ୍ରକୁ ପୁଲିସ ଅଧିକାରୀ ଜଣଙ୍କ ଜିଲ୍ଲା ମୁଖ୍ୟ ପୁଲିସ ଅଧିକାରୀଙ୍କୁ ଏହି ଆବେଦନ ପତ୍ର ଦେଇଥିବା ବେଳେ ଏହାକୁ ସୋସିଆଲ ମିଡ଼ିଆରେ ମଧ୍ୟ ଭରପୁର ମାତ୍ରାରେ ଶେୟାର କରାଯାଇଛି।

Leave A Reply

Your email address will not be published.