ଫାଶୀ ପ୍ରକ୍ରିୟା ବିଳମ୍ବିତ କରିବାକୁ ପୁଣି ଆରମ୍ଭ ହେଲା ଉଦ୍ୟମ, ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ତ ହେଲା ଦୋଷୀ ବିନୟ ଶର୍ମା

ନୂଆଦିଲ୍ଲୀ: ଫାଶୀ ପ୍ରକ୍ରିୟା ବିଳମ୍ବିତ କରିବାକୁ ପୁଣି ଆରମ୍ଭ ହୋଇଛି ଉଦ୍ୟମ । ଫାଶୀ ଘୁଞ୍ଚାଇବାକୁ ୪ ଜଣ ଦୋଷୀଙ୍କ ମଧ୍ୟରୁ ବିନୟ ଶର୍ମା ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଛି । ପୂର୍ବରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବିନୟର ରାଜକ୍ଷମ ଆବେଦନ ଖାରଜ କରିଥିଲେ । ତେବେ ମସିଂ ପିଟିସନ ଖାରଜ ପୂର୍ବରୁ ସାମ୍ବିଧାନିକ ନିୟମକୁ ଅଣଦେଖା କରାଯାଇଥିବା ପିଟସନରେ ଦର୍ଶାଇଛି ।

nirbhayaବିନୟ ପକ୍ଷରୁ ଆଡଭୋକେଟ ଏ.ପି.ସିଂହ ଏହି ମାମଲା ରୁଜୁ କରିଛନ୍ତି । ପୂର୍ବରୁ ସୁପ୍ରିମକୋର୍ଟରେ କ୍ୟୁରେଟିଭ୍‌ ପିଟିସନ ଓ ରାଜକ୍ଷମା ଆବେଦନ ପାଇଁ ଅନୁମତି ମାଗିଥିଲା ଅନ୍ୟତମ ଦୋଷୀ ମୁକେଶ ସିଂ । ପୂରା ଆଇନଗତ ପ୍ରକ୍ରିୟା ପୁଣି ଥରେ ଚଳାଇବାକୁ ଆବେଦନ କରିଛି ମୁକେଶ । ଏହି ଆବେଦନ ଗ୍ରହଣ କରାଗଲେ ଫାଶୀ ତାରିଖ ପୁଣି ଘୁଞ୍ଚିବା ଆଶଙ୍କା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.