Below header

ଏବେ ସରକାରୀ ଚାକିରି କରିପାରିବେ ୧୦ମ ପାସ୍‌ କରିଥିବା ପାର୍ଥୀ, ମାସିକ ୫୦ ହଜାରରୁ ଅଧିକ ପାଇବେ ଦରମା

ସତୀଶ ଧଓ୍ଵନ ସ୍ପେସ୍‌ ସେଣ୍ଟର(Satish Dhawan Space Centre) SHAR ନିଜର ଅଧିକାରିକ େଓ୍ଵବସାଇଟରେ ସୂଚନା (SDSC SHAR Fireman jobs 2020 Notification) ଜାରି କରିବା ସହ ୧୦ମ ପାସ୍‌ ଆବଦେନକାରୀଙ୍କ ପାଇଁ ଆବେଦନ ଜାରି କରିଛି। ଇଛୁକ ଏବଂ ଯୋଗ୍ୟ ପାର୍ଥୀ ଆସନ୍ତା ୨୭ ମାର୍ଚ୍ଚ ୨୦୨୦ ପର୍ଯ୍ୟନ୍ତ ଆବେଦନ କରିପାରିବେ। ଆବେଦନ ପ୍ରକ୍ରିୟା ଅନଲାଇନ୍‌ ମାଧ୍ୟମରେ ପୂରଣ କରିପାରିବେ। ସୂଚନା ଅନୁଯାୟୀ ଅନ୍ୟ କୌଣସି ମାଧ୍ୟମରେ ପଠାଇଥିବା ଦରଖାସ୍ତ ଫର୍ମ ସ୍ୱିକାର କରାଯିବ ନାହିଁ।

ପଦବୀ ନାମଏବଂ ପଦ ସଂଖ୍ୟା:

ଫାୟାରମ୍ୟାନ-A : ୭ ଟିପଦ

ଲ୍ୟାବ ଟେକ୍ନିସିଆନ-A : ୩ଟି ପଦ

ନର୍ସ-B: ୨ଟି ପଦ

educationଚୟନ ପ୍ରକ୍ରିୟା:

ଆବଦେନକାରୀଙ୍କୁ ଲିଖିତ ପରୀକ୍ଷା ଏବଂ ସାକ୍ଷାତକାର ମାଧ୍ୟମରେ ଚୟନ କରାଯିବ।

ଯୋଗ୍ୟତା:

ଫାୟାରମ୍ୟାନ-A: SSLC/ SSC

ଲ୍ୟାବ ଟେକ୍ନିସିଆନ-A: SSLC/ SSC (ମେଡିକାଲ ଲ୍ୟାବୋରେଟରୀ ଟେକ୍ନୋଲୋଜିରେ ଡିପ୍ଲମା କରିଥିବା ଆବଶ୍ୟକ)

ନର୍ସ-B: SSLC/ SSC (ନର୍ସିଂରେ ଡିପ୍ଲମା କରିଥିବା ଆବଶ୍ୟକ)

ବୟସ ସୀମା:

ଫାୟାରମ୍ୟାନ-A: ୧୮ ରୁ ୨୫ ବର୍ଷ

ଲ୍ୟାବ ଟେକ୍ନିସିଆନ-A: ୧୮ ରୁ ୩୫ ବର୍ଷ

ନର୍ସ-B: ୧୮ ରୁ ୩୫ ବର୍ଷ

jobବେତନ:

ଫାୟାରମ୍ୟାନ-A: ମାସିକ ୨୩,୨୮୩ ଟଙ୍କା

ଲ୍ୟାବ ଟେକ୍ନିସିଆନ-A: ମାସିକ ୨୯,୮୩୫ ଟଙ୍କା

ନର୍ସ-B: ମାସିକ ୫୨,୫୩୩ ଟଙ୍କା

ଜାଣନ୍ତୁ କିପରି କରିବେ ଆବେଦନ:

ସତୀସ ଧସ୍‌ବନ ସ୍ପେସ ସେଣ୍ଟର SHAR ର ଅଧିକାରୀକ େଓ୍ଵବସାଇଟ shar.gov.in କୁ ଯାଆନ୍ତୁ। ସେଠାରେ ଆପଣଙ୍କୁ ରିକ୍ରୁଟମେଣ୍ଟ ସେକ୍ସନକୁ ଯିବାକୁ ପଡିବ। ଏହାପରେ ସେଠାରେ ଆପଣ ଫାୟାର ମ୍ୟାନ, ଲ୍ୟାବ ଟେକ୍ନିସିଆନ ଏବଂ ନର୍ସ ପଦ ପାଇଁ ବିଜ୍ୟାପନ ପାଇପାରିବେ। ଏହାକ ଧ୍ୟାନ ପୂର୍ବକ ପଢିବା ପରେ ଯଦି ଆପଣ ନିଜକୁ ଯୋଗ୍ୟ ବୋଲି ମନେ କରୁଛନ୍ତି ତେବେ apply online ବିକଳ୍ପ ଉପରେ କ୍ଲିକ୍‌ କରନ୍ତୁ। ନିଜର ଯୋଗ୍ୟତା ଅନୁସାରେ ଫର୍ମ ପୂରଣ କରିବା ସହ ଫିସ୍‌ ଭରନ୍ତୁ। ଏହି ସମସ୍ତ ପ୍ରକ୍ରିୟା ଶେଷ ତାରିଖ ପୂର୍ବରୁ ପୂରଣ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.