ମାତ୍ର ୪୦୦ ଟଙ୍କା ଦିଅନ୍ତୁ, ଚାଲାଣରୁ ମୁକ୍ତି ପାଆନ୍ତୁ; ଶୁଣନ୍ତୁ ଖୋଦ୍‌ ପୋଲିସବାବୁଙ୍କ ମୁହଁରୁ

ବର୍ତ୍ତମାନ ସାଧାରଣ ଲୋକଙ୍କର ସବୁଠାରୁ ବଡ଼ ଟେନ୍ସନ୍‌ ହେଉଛି ଟ୍ରାଫିକ୍‌ ଚାଲାଣ କଟିବା। ଘରୁ ବାହାରିବା ପୂର୍ବରୁ ବାଇକ୍‌ ଓ କାର୍‌ ଆରୋହୀ ଏବେ କେମିତି ଚାଲାଣ ନ କଟିବ ସେ ନେଇ ପ୍ରାର୍ଥନା କରୁଥିବା ଦେଖିବାକୁ ମିଳିଛି। ସାଧାରଣ କାଗଜପତ୍ର ନଥିଲେ ହଜାର ହଜାର ଟଙ୍କାର ଚାଲାଣ କଟୁଥିବାରୁ ଏବେ ଟ୍ରାଫିକ୍‌ ପୋଲିସକୁ ଦେଖିଲେ ଭୟ ଲାଗୁଛି। ଚାଲାଣକୁ ନେଇ ଲୋକଙ୍କ ମନରେ ଥିବା ଭୟକୁ ଦେଖି ଜଣେ ପୋଲିସବାଲା ଏଥିରୁ ବର୍ତ୍ତିବାର କେତୋଟି ଉପାୟ କହିଛନ୍ତି। ପୋଲିସ ଅଫିସର ଜଣକ ଏକ ୧୫ ମିନିଟ୍‌ର ଭିଡିଓ କରି ଜଣେ କେମିତି ଟ୍ରାଫିକ୍‌ ଚାଲାଣ ନ ଦେଇ ମୁକ୍ତି ପାଇପାରିବ ସେ ବିଷୟରେ କହିଛନ୍ତି।

ଭିଡିଓରେ ସୁନୀଲ ସନ୍ଧୁ ନାମକ ପୁଲିସ ଅଧିକାରୀ ପ୍ରଥମେ ଫାଇନ୍‌ ସମ୍ପର୍କରେ କହିଛନ୍ତି। ପୂର୍ବରୁ ଲାଇସେନ୍ସ ନଥିଲେ ୫୦୦ ଟଙ୍କା ଚାଲାଣ କଟୁଥିବା ବେଳେ ବର୍ତ୍ତମାନ ୫ହଜାର ଟଙ୍କା ଦେବାକୁ ପଡ଼ୁଥିବା ସେ କହିଛନ୍ତି। ଏହିଭଳି ଅନ୍ୟ ଚାଲାଣ ସମ୍ପର୍କରେ ମଧ୍ୟ ସେ ଉଦାହରଣ ଦେଇ କହିଛନ୍ତି। ତେବେ ଯଦି କୌଣସି କାଗଜପତ୍ର ଆପଣ ଘରେ ଛାଡ଼ିଯାଇଛନ୍ତି ଆଉ ସେଥିପାଇଁ ଆପଣଙ୍କୁ ଜରିମାନା ଦେବାକୁ ପଡ଼ିଛି ତେବେ ଆପଣ ସେହିଅର୍ଥକୁ ୧୦୦ ଟଙ୍କା ପର୍ଯ୍ୟନ୍ତ କମାଇପାରିବେ।

ସନ୍ଧୁ କହିଛନ୍ତି ଯେ, ଯଦି ଆପଣ ନିଜର ସମସ୍ତ ଗାଡ଼ି ସମ୍ବନ୍ଧୀୟ କାଗଜପତ୍ର ଘରେ ଛାଡ଼ିଯାଇଛନ୍ତି ତେବେ ଲାଇସେନ୍ସ, ପଲ୍ୟୁସନ୍‌, ରେଜିଷ୍ଟ୍ରେସନ୍‌, ଇନ୍‌ସ୍ୟୁରାନ୍ସ ଆଦି ମିଶାଇ ମୋଟ୍‌ ୨୨ ହଜାର ଟଙ୍କାର ଚାଲାଣ କଟିବ। ତେବେ ଆପଣ ଯଦି ୧୫ ଦିନ ମଧ୍ୟରେ ଏହି ସମସ୍ତ କାଗଜପତ୍ର ଟ୍ରାଫିକ ପାଖରେ ଜମା କରିପାରିବେ ତେବେ ଆପଣଙ୍କୁ ପ୍ରତିଟି ପେପର ପାଇଁ ମାତ୍ର ୧୦୦ ଟଙ୍କା ଲେଖାଏଁ କରି ମୋଟ୍‌ ୪୦୦ ଟଙ୍କା ଦେବାକୁ ପଡ଼ିବ।

ଏହାସହ ପଢ଼ନ୍ତୁ: ସ୍କୁଲର ଶେଷଦିନରେ ଏମିତି ମସ୍ତି କଲେ ପିଲା, ଟିକଟକ୍‌ରେ ଭିଡ଼ିଓ ହେଉଛି ଭାଇରାଲ

ସେ ଆହୁରି ମଧ୍ୟ କହିଛନ୍ତି ଏହା ଏକ ଜଟିଳ ପ୍ରକ୍ରିୟା ହୋଇଥିଲେ ମଧ୍ୟ ଏହା ଦ୍ୱାରା ମାଲିକଙ୍କର ଟଙ୍କା ବଞ୍ଚିପାରିବ। ଗତ ସପ୍ତହରେ ସୋସିଆଲ ମିଡିଆରେ ସେୟାର ହୋଇଥିବା ଏହି ଭିଡିଓକୁ ଏବେ ପର୍ଯ୍ୟନ୍ତ ଲକ୍ଷେରୁ ଅଧିକ ଲାଇକ୍‌ ମିଳିଥିବା ବେଳେ ୧୦ ମିଲିିୟନ୍‌ ଲୋକେ ଦେଖିସାରିଲେଣି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.