Below header

ସୁରକ୍ଷା ମନ୍ତ୍ରୀଙ୍କ ବିବାଦୀୟ ବୟାନ ‘ପତ୍ନୀଙ୍କ ଭଳି କରୋନା’, ଏହାକୁ ନେଇ ଦେଶରେ ଉଠିଲା ଝଡ଼

ଜାକର୍ତ୍ତା : କରୋନା ଭାଇରସ୍‌କୁ ନେଇ ମୁସ୍‌ଲିମ୍‌ ଦେଶର ସୁରକ୍ଷା ମନ୍ତ୍ରୀ ଦେଇଥିବା ବିବାଦୀୟ ବୟାନ ଏବେ ଦେଶରେ ଝଡ଼ ଉଠାଇଛି । ବିବାଦୀୟ ବୟାନ ଦେଇଥିବା ମନ୍ତ୍ରୀ ହେଉଛନ୍ତି ଇଣ୍ଡୋନେସିଆର ସୁରକ୍ଷା ମନ୍ତ୍ରୀ ମହମ୍ମଦ ମହଫୁଦ୍‌ । ମନ୍ତ୍ରୀଙ୍କ ବିବାଦୀୟ ବୟାନ ‘ପତ୍ନିଙ୍କ ଭଳି ହେଉଛି କରୋନା’କୁ ନେଇ ଦେଶରେ ଉଠିଲା ଝଡ଼ ।

indonesia-1

ଗତ ସପ୍ତାହରେ ମନ୍ତ୍ରୀ ସ୍ଥାନୀୟ ଏକ ୟୁନିଭରସିଟିରେ ସମ୍ବୋଧନ କରୁଥିଲେ । କରୋନା ଉପରେ ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ କହିଲେ ଯେ ଆମେ ସମୟ କ୍ରମେ ନିଜର ସ୍ୱାସ୍ଥ୍ୟ ସହ କରୋନାକୁ ଆଡ୍‌ଜଷ୍ଟ କରିନେବା ।

କରୋନା ଠିକ୍‌ ନିଜର ପତ୍ନୀ ଭଳି ପ୍ରଥମେ ପ୍ରଥମେ ତାକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିବେ । ଯେତେବେଳେ ଆପଣ ଜାଣିବେ ଆଉ ଏହାକୁ କିଛି କରିହେବ ନାହିଁ ସେତେବେଳେ ଆପଣ ଏହା ସହ ଆଡ୍‌ଜଷ୍ଟ କରିନେବେ ।

indonesia

ଇଣ୍ଡୋନେସିଆ ମନ୍ତ୍ରୀଙ୍କ ଏହି ବିବାଦୀୟ ବୟାନ ଏବେ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି । ତେବେ ମନ୍ତ୍ରୀଙ୍କ ଏହି ବୟାନର କୈାଣସି ଜବାବ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.