Below header

ଭାରତରେ ୮୭ ଛୁଇଁଲା ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା, ଆମେରିକାରେ ୧ ଲକ୍ଷ ୪୪ ହଜାର ୮୭୧ ନୂଆ ମାମାଲା

ନୂଆଦିଲ୍ଲୀ: ଦେଶରେ ବଢୁଛି ଓମିକ୍ରନ ସଂକ୍ରମଣ। କର୍ଣ୍ଣାଟକରେ ଆଉ ୫ଜଣ ଓମିକ୍ରନ ଭାରିଆଣ୍ଟରେ ସଂକ୍ରମିତ ହୋଇଛନ୍ତି। ତେଲେଙ୍ଗାନାରେ ୪ଜଣ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ଏହାକୁ ମିଶାଇ କର୍ଣ୍ଣାଟକରେ ୮ ଓ ତେଲେଙ୍ଗାନାରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୭ରେ ପହଞ୍ଚିଛି। ଦିଲ୍ଲୀରେ ଆଉ ୪ ନୂଆ ଆକ୍ରାନ୍ତଙ୍କୁ ମିଶାଇ ୧୦ରେ ପହଞ୍ଚିଛି ଆକ୍ରାନ୍ତଙ୍କ ସଂଖ୍ୟା। ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୮୭ରେ ପହଞ୍ଚିଛି।

ଆମେରିକାରେ ଗତ ୨୪ ଘଣ୍ଟାରେ ୧ ଲକ୍ଷ ୪୪ ହଜାର ୮୭୧ ନୂଆ ସଂକ୍ରମଣ:

ଏପଟେ କରୋନାର ଓମିକ୍ରନ ଭାରିଆଣ୍ଟକୁ ନେଇ ବିଶ୍ୱବ୍ୟାପୀ ଚିନ୍ତା ବଢ଼ିଥିବା ବେଳେ ଆମେରିକା, ବ୍ରିଟେନ, ଫ୍ରାନ୍ସ ଓ ଜର୍ମାନୀ ପରି ଦେଶରେ କରୋନା ସଂକ୍ରମଣ ହୁ ହୁ ମାଡ଼ିବାରେ ଲାଗିଛି । ଆମେରିକାରେ ଗତ ୨୪ ଘଣ୍ଟାରେ ୧ ଲକ୍ଷ ୪୪ ହଜାର ୮୭୧ ନୂଆ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି । ଦିନକରେ ୯୯୭ ରୋଗୀଙ୍କ ମୃତ୍ୟୁ ହୋଇଛି । ସେହିପରି ୟୁକେରେ ଭୟଙ୍କର ରୂପ ନେଉଛି ମହାମାରୀ ।

ଦ୍ୱିତୀୟ ଦିନରେ ୟୁକେରେ ରେକର୍ଡ ସଂକ୍ରମଣ:

ଦ୍ୱିତୀୟ ଦିନରେ ୟୁକେରେ ରେକର୍ଡ ସଂକ୍ରମଣ। ଗତ ୨୪ ଘଣ୍ଟାରେ ୮୮ ହଜାର ୩୭୬ ନୂଆ ମାମଲା ଚିହ୍ନଟ ହୋଇଛି । ୭ଦିନରେ ୪ଲକ୍ଷ ୪୨ହଜାର ୩୭୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗୋଟିଏ ସପ୍ତାହରେ ବଢିଛି ୩୧.୪ ପ୍ରତିଶତ କେସ୍‌ । ସେହିପରି ଫ୍ରାନ୍ସରେ ୬୦ ହଜାର ୮୬୬ ଓ ଜର୍ମାନୀରେ ୫୩ ହଜାରରୁ ଅଧିକ କରୋନାରେ ସଂକ୍ରମିତ ହୋଇଛନ୍ତି।

ଓମିକ୍ରନ ସଂପର୍କରେ ନୂଆ ତଥ୍ୟ:

ଏବେ ଓମିକ୍ରନ ସଂପର୍କରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ମଣିଷ ଶରୀରର ଶ୍ୱାସନଳୀରେ ୭୦ ଗୁଣା ଦ୍ରୁତ ଗତିରେ କରୁଛି କରୁଛି ଓମିକ୍ରନ । ହଂକଂର ଏକ ଷ୍ଟଡିରୁ ଏହି ତଥ୍ୟ ମିଳିଛି । ଗବେଷଣାରୁ ଜଣାପଡ଼ିଛି ଯେ, ଓମିକ୍ରନ ସଂକ୍ରମଣର ୨୪ ଘଣ୍ଟା ପରେ ଏହା ଶ୍ୱାସନଳୀରେ ଦ୍ରୁତ ଗତିରେ ନିଜର ପ୍ରତିରୂପ ସୃଷ୍ଟି କରୁଛି । ମୂଳ କରୋନା ଭାଇରସ ଷ୍ଟ୍ରେନ ଓ ଡେଲଟା ଭାରିଆଣ୍ଟ ଠାରୁ ମଣିଷ ଶରୀରରେ ୭୦ ଗୁଣା ଦ୍ରୁତ ଗତିରେ ନିଜର ପ୍ରତିରୂପ ସୃଷ୍ଟି କରୁଛି ଓମିକ୍ରନ । ସେହିପରି ଫୁସଫୁସରେ ମୂଳ କରୋନା ଷ୍ଟ୍ରେନ ଅପେକ୍ଷା ୧୦ ଗୁଣା ବେଗରେ ନିଜର ପ୍ରତିରୂପ ସୃଷ୍ଟି କରୁଥିବା ଜଣାଯାଇଛି । ବର୍ତ୍ତମାନ ସୁଦ୍ଧା ୭୭ ଦେଶକୁ ବ୍ୟାପିଲାଣି ଓମିକ୍ରନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.