Below header

Caviar ବ୍ରାଣ୍ଡ୍ ଲଞ୍ଚ କଲା ବୁଲେଟପ୍ରୁଫ୍ ଆଇଫୋନ୍; ୟୁଜରଙ୍କୁ ଗୁଳିମାଡରୁ କରିବ ରକ୍ଷା, ଦାମ୍ ରହିଛି ୬ ଲକ୍ଷ

ସ୍ମାର୍ଟଫୋନ୍ସକୁ ମୋଡିଫାଇ କରୁଥିବା ନାମୀଦାମୀ ବ୍ରାଣ୍ଡ୍ Caviar ବୁଲେଟପ୍ରୁଫ୍ ଆଇଫୋନ୍ ନେଇଆସିଛି । କମ୍ପାନୀ ଏହାର ନାମ Stealth 2.0 iPhone ସିରିଜ ରଖିଛି ।
ଷ୍ଟିଲ୍ଦ ଆଇଫୋନ୍ସର ଖାସିୟିତ ହେଉଛି କି ଏହା ବନ୍ଧୁକ ଗୁଳିକୁ ସହଜରେ ରୋକିପାରିବ । Caviar ଚଳିତ ବର୍ଷ ଲଞ୍ଚ ହୋଇଥିବା ଆଇଫୋନ୍ 13 ପ୍ରୋ ଏବଂ ଆଇଫୋନ୍ 13 ପ୍ରୋ ମ୍ୟାକ୍ସର ବୁଲେଟପ୍ରୁଫ୍ ପ୍ରକାର ପ୍ରସ୍ତୁତ କରିଛି । ଏହାକୁ କଷ୍ଟମାଇଜ୍ କରିବା ପାଇଁ କମ୍ପାନୀ BR-2 କ୍ଲାସ୍ ୨ ବୁଲେଟପ୍ରୁଫ୍ ଆର୍ମର୍ ବ୍ୟବହାର କରିଛି, ଯାହା ସହଜରେ ଗନସଟକୁ ରୋକି ପାରିବ । ବୁଲେଟପ୍ରୁଫ୍ ଆଇଫୋନର ଟପ୍-ଏଣ୍ଡ୍ ଭାରିଆଣ୍ଟର ମୂଲ୍ୟ ୭୯୮୦ ଡଲାର୍ ଅର୍ଥାତ ୬.୦୮ ଲକ୍ଷ ଟଙ୍କା ରହିଛି ।

ଆଇଫୋନଗୁଡିକର ବୁଲେଟପ୍ରୁଫ୍ ବଡିକୁ NPO TCIT ଦ୍ୱାରା ଡିଜାଇନ୍ କରାଯାଇଛି । ନୂତନ ଷ୍ଟିଲଥ୍ ୨.୦ ଆଇଫୋନ୍ଗୁଡ଼ିକୁ ସମ୍ପୂର୍ଣ୍ଣ ବୁଲେଟ୍ ପ୍ରୁଫ୍ କରିବା ପାଇଁ ଡିଭାଇସରେ ଥିବା କ୍ୟାମେରାଗୁଡ଼ିକୁ ଅପସାରଣ କରାଯାଇଛି । ଏଥି ସହିତ, ସାମ୍ନା କ୍ୟାମେରା ଅପସାରଣ ହେତୁ, ଏହି ଫୋନ୍ କିଣୁଥିବା ୟୁଜର ମାନେ ଫେସ୍ ଆଇଡି ଫିଚର ବ୍ୟବହାର କରିପାରିବେ ନାହିଁ ।

ସ୍ମାର୍ଟଫୋନକୁ ଲଗଜରୀ କଷ୍ଟୋମାଇଜେସନ୍ ପ୍ରଦାନ କରୁଥିବା ବ୍ରାଣ୍ଡ୍ Caviar କହିଛି ଯେ ଆଇଫୋନ୍ ଗୁଡିକର କ୍ୟାମେରା ହଟାଇ ଦିଆଯାଇଥିବାରୁ ୟୁଜର୍ସ ମାନେ ମଧ୍ୟ କିଛି ଲାଭ ପାଇପାରନ୍ତି ଏବଂ ଫୋନରେ କ୍ୟାମେରା ନଥିବାରୁ ବ୍ୟବହାରକାରୀଙ୍କୁ କ୍ୟାମେରା ବ୍ୟବହାର ହେଉନଥିବା ସ୍ଥାନକୁ ମଧ୍ୟ ନେଇପାରିବେ । କମ୍ପାନୀ କହିଛି ଯେ ବୁଲେଟପ୍ରୁଫ୍ ଆଇଫୋନ୍ ଏହାର ୟୁଜର ମାନଙ୍କୁ ଗୁଳିରୁ ରକ୍ଷା କରିପାରିବ, କିନ୍ତୁ ଗନସଟର ଅଧିକ ଶକ୍ତି ଯୋଗୁଁ ୟୁଜର ମାନେ ନିଶ୍ଚିତ ଭାବରେ ସାମାନ୍ୟ ଆଘାତ ପାଇ ପାରିବେ। କମ୍ପାନୀ ଆହୁରି ମଧ୍ୟ କହିଛି ଯେ ଷ୍ଟିଲ୍ ୨.୦ ଆଇଫୋନ୍ ଦୁଇଟି ଗନସଟକୁ ସହ୍ୟ କରିପାରିବ, କିନ୍ତୁ ଦ୍ୱିତୀୟ ଗନସଟରେ ୟୁଜରଙ୍କୁ ଗମ୍ଭୀର ଆଘାତ ଲାଗିବାର ସମ୍ଭାବନା ବଢିପାରେ ।

କମ୍ପାନୀର ୱେବସାଇଟ୍ ଅନୁଯାୟୀ, ଷ୍ଟିଲ୍ଦ ୨.୦ ଆଇଫୋନର ୯୯ ୟୁନିଟ୍ ତିଆରି ହେବ । ଏହା ୧ ଟିବି ପର୍ଯ୍ୟନ୍ତ ଷ୍ଟୋରେଜ୍ ଅପ୍ସନ୍ ରେ ଲଞ୍ଚ ହେବ । ଏହାର ବେସ ଭାରିଆଣ୍ଟର ମୂଲ୍ୟ ୬,୩୭୦ ଡଲାର (ପ୍ରାୟ ୪.୮୫ ଲକ୍ଷ ଟଙ୍କା) ଏବଂ ୧ ଟିବି ଆଇଫୋନ୍ ୧୩ ପ୍ରୋ ମ୍ୟାକ୍ସର ମୂଲ୍ୟ ୭୯୮୦ ଡଲାର (ପ୍ରାୟ ୬.୦୮ ଲକ୍ଷ ଟଙ୍କା) ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.