ଥମୁନି କୋହଲି-ଗାଙ୍ଗୁଲି ବିବାଦ: ନେତୃତ୍ୱ ବୋମାର ଜବାବରେ କହିଲେ, BCCI କରିବ ଉଚିତ ସମାଧାନ

ମୁମ୍ବାଇ: ଥମୁନି ବିରାଟ ଓ ଗାଙ୍ଗୁଲି ବିବାଦ। କୋହଲିଙ୍କ ନେତୃତ୍ୱ ବୋମାର ଉତ୍ତର ରଖିଛନ୍ତି ବିସିସିଆଇ ସଭାପତି ତଥା ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି। ବିସିସିଆଇ ଏହି ମାମଲାର ଉଚିତ ସମାଧାନ କରିବ ବୋଲି ସେ କହିଛନ୍ତି । ବିସିସିଆଇ ଓ ତାଙ୍କ ଉପରେ କୋହଲି ଯେଉଁ ସବୁ ଆରୋପ ଲଗାଇଛନ୍ତି ତାର ସିଧାସଳଖ ଉତ୍ତର ଦେବାକୁ ମନା କରିଦେଇଛନ୍ତି ଗାଙ୍ଗୁଲି।

ଭାରତୀୟ ଟେ୍ଵଣ୍ଟି-୨୦ ଦଳର ଅଧିନାୟକ ପଦ ନ ଛାଡିବାକୁ ବ୍ୟକ୍ତିଗତ ଭାବେ କୋହଲିଙ୍କୁ ଅନୁରୋଧ କରିଥିବା ଗାଙ୍ଗୁଲି କିଛି ଦିନ ତଳେ କହିଥିଲେ। ହେଲେ ବିସିସିଆଇ କିମ୍ବା ଅନ୍ୟ କେହି ତାଙ୍କୁ ଏଭଳି ପରାମର୍ଶ ଦେଇନଥିଲେ । ସେହିଭଳି ଦିନିକିଆ ଅଧିନାୟକ ପଦରୁ ହଟାଯିବା ନିଷ୍ପତ୍ତି ତାଙ୍କୁ ମାତ୍ର ଦେଢ ଘଣ୍ଟା ପୂର୍ବରୁ ସୂଚିତ କରାଯାଇଥିଲା ବୋଲି କୋହଲି ସର୍ବସାଧାରଣରେ ଅଭିଯୋଗ ଆଣିଥିଲେ।

ଏପଟେ ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ

ଏପଟେ ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆର ଗସ୍ତ । ଦକ୍ଷିଣ ଆଫ୍ରିକାରେ ପ୍ରଥମ ଟେଷ୍ଟ ସିରିଜ ଜିତିବା ଉଦ୍ଦେଶ୍ୟ ନେଇ ପହଞ୍ଚିଛି ବିରାଟ ବାହିନୀ । ଉଭୟ ଦଳ ସେଞ୍ଚୁରିଆନ, ଜୋହାନ୍ସବର୍ଗଓ କେପଟାଉନରେ ତିନୋଟି ଟେଷ୍ଟ ମ୍ୟାଚ ଖେଳିବେ । ସୁପରସ୍ପୋର୍ଟ ପାର୍କରେ ପ୍ରସ୍ତୁତି ଆରମ୍ଭ କରିବା ପୂର୍ବରୁ ୧୮ଜଣ ଖେଳାଳୀ ଓ ସର୍ପୋର୍ଟ ଷ୍ଟାପଙ୍କୁ ହୋଟେଲ ରୁମରେ କିଛି ଦିନ ପାଇଁ କ୍ୱାରେଣ୍ଟିନ କରାଯିବ । ଭାରତୀୟ ଟେଷ୍ଟ ଦଳ ଗୁରୁବାର ସକାଳେ ମୁମ୍ବାଇରୁ ଏକ ଚାଟାର୍ଡ ବିମାନରେ ଦକ୍ଷିଣ ଆଫ୍ରିକା ଅଭିମୁଖେ ଯାତ୍ରା କରିଥିଲା । ଭାରତରେ କ୍ରିକେଟ ବୋର୍ଡ ଅଫ କଣ୍ଟ୍ରୋଲ ପୂର୍ବରୁ ଦଳର ଚିତ୍ର ସେୟାର କରିଥିଲା । ଏବଂ ବର୍ତ୍ତମାନ ଦଳର ଆଗମନର ଚିତ୍ର ବିସିସିଆଇ ହ୍ୟାଣ୍ଡେଲରୁ ସେୟାର କରାଯାଇଛି । ୨୬ଡିସେମ୍ବରରୁ ଭାରତ ଦକ୍ଷିଣ ଆଫ୍ରିକାରେ ୩ଟି ଟେଷ୍ଟ ଓ ୩ଟି ଓଡିଆଇ ଖେଳିବ ।

ଏହି ୩ଟେଷ୍ଟ ସିରିଜରେ ବିରାଟ କୋହଲି ଦକ୍ଷିଣ ଆଫ୍ରିକାର ୧୮ଜଣିଆ ଦଳର ନେତୃତ୍ୱ ନେବେ । ଭାରତ ସେମାନଙ୍କ ନୂତନ ଭାବେ ନିଯୁକ୍ତ ଉପଅଧିନାୟକ ରୋହିତ ଶର୍ମାଙ୍କୁ ମନେପକାଇବ, ଯିଏକି ଆଘାତ କାରଣରୁ ବାଦ ପଡିଛନ୍ତି । ଏହି ସମୟରେ ଭାରତ ରବିନ୍ଦ୍ର ଜାଡେଜା ଓ ଅକ୍ସର ପଟେଲ ନିଜର ଦୁଇ ପ୍ରମୁଖ ବାମହାତୀ ସ୍ପିନର ବିନା ଟେଷ୍ଟ ସିରିଜକୁ ଓହ୍ଲାଇବ । ଶୁବମାନ ଗିଲ ମଧ୍ୟ ଆହତ ହୋଇଛନ୍ତି । ଏବଂ ସେ ମଧ୍ୟ ଦଳର ଅଂଶ ନୁହନ୍ତି । ଦକ୍ଷିଣ ଆଫ୍ରିକା ଗସ୍ତକୁ ଯିବା ପୂର୍ବରୁ ବିରାଟ କୋହଲି କହିଛନ୍ତି ଯେ ଦକ୍ଷିଣଆଫ୍ରିକା ହେଉଛି ଶେଷ ସ୍ଥାନ ଯେଉଁଠି କେବେ ଆମେ ଜିତିନାହୁଁ । କିନ୍ତୁ ବିରାଟଙ୍କ ଭରଷା ରହିଛି ଯେ ତାଙ୍କ ଦଳ ଏହି ଗସ୍ତରେ ନିଶ୍ଚୟ କିଛି ବିଶେଷ କରିବ ଏବଂ ସିରିଜ ଜିତିପାରିବ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.