୫୦ % ରୋଗୀଙ୍କ ଠାରେ ସୁସ୍ଥ ହେବାର ୬ ମାସ ପରେ ବି ଦେଖାଯାଉଛି କରୋନା ଲକ୍ଷଣ

ନୂଆଦିଲ୍ଲୀ :  କରୋନା ଯିବର ନାଁ ଧରୁନି । ପୁଣି ଥରେ ଫେରିଛି । ଏବେ ଭାରତର ଅନେକ ରାଜ୍ୟରେ ପୁଣି ଥରେ କରୋନା ସଂକ୍ରମଣ ମାମଲା ନଜରକୁ ଆସିବା ପରେ ସେଠାରେ ଲକ୍‌ଡାଉନ୍‌ ଲାଗୁ ହୋଇଛି । ତେବେ ଏକ ସଦ୍ୟ ରିପୋର୍ଟରୁ ଜଣାଯାଇଛି ଯେ କରୋନା ରୋଗରୁ ଭଲ ହୋଇଥିବା ରୋଗୀଙ୍କ ମଧ୍ୟରୁ ପ୍ରାୟ ୫୦ ପ୍ରତିଶତ ବ୍ୟକ୍ତିଙ୍କ ଠାରେ ପୁଣି ଥରେ କରୋନା ଲକ୍ଷଣ ଦେଖାଯାଉଥିବା ଜଣାପଡ଼ିଛି ।

ବିଶେଷକରି ଏହି ରୋଗୀଙ୍କ ଠାରେ କ୍ଲାନ୍ତପଣ, ନିଦ୍ରାହୀନତା ଓ ମାଂସପେଶୀ ଯନ୍ତ୍ରଣା ରହୁଥିବା ଜଣାଯାଇଛି । ୨୦୨୦ ଅପ୍ରେଲରୁ ଅକ୍ଟୋବର ମଧ୍ୟରେ ୧୦୩ ଜଣ ରୋଗୀଙ୍କ ଉପରେ ଏହି ଅଧ୍ୟୟନ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୪୬ ରୁ ୫୦ ପ୍ରତିଶତ ବ୍ୟକ୍ତିଙ୍କ ଠାରେ ଭଲ ହେଲା ପରେ ବି କରୋନା ଲକ୍ଷଣ ଦେଖାଯାଉଥିବା ଅଭିଯୋଗ ହୋଇଥିଲା ।

ଏଥିରୁ ୨୨ ପ୍ରତିଶତ ଲୋକ ଦୁର୍ବଳ ଅନୁଭବ କରୁଥିବା, ୧୫ ପ୍ରତିଶତ ଲୋକ ଘ୍ରାଣଶକ୍ତିରେ ଅସୁବିଧା ଅନୁଭବ କରୁଥିବା ଓ ୮ ପ୍ରତିଶତ ଲୋକ ଶ୍ୱାସ କ୍ରିୟାରେ ଯନ୍ତ୍ରଣା ଅନୁଭବ କରୁଥିବା ପ୍ରକାଶ କରିଥିଲେ । ଏହିସବୁ ଲକ୍ଷଣ କରୋନା ରୋଗ ଭଲ ହେବାର ୬ ମାସ ପରେ ବି ଦେଖାଯାଉଥିବା ଅଭିଯୋଗ ହୋଇଥିଲା ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.