୧୦୦୦ଟଙ୍କାରୁ ବି କମ୍ ଦାମରେ କରୋନା ଟେଷ୍ଟିଂ କିଟ୍, ୧୦ ମିନିଟରେ ଆସିବ ରେଜଲ୍ଟ

କରୋନା ମହାମାରୀ ବେଳେ ସବୁଠାରୁ ବଡ଼ ସମସ୍ୟା ଏହାର ଟେଷ୍ଟିଂ କିଟକୁ ନେଇ ରହିଛି। ଭାରତରେ ପର୍ଯ୍ୟାପ୍ତ ପରିମାଣରେ ଟେଷ୍ଟିଂ କିଟ ଉପଲବ୍ଧ ନ ଥିବାରୁ ରୋଗୀ ଚିହ୍ନଟ କରିବାରେ ସମସ୍ୟା ଉପୁଜୁଛି। ଏହି ସମସ୍ୟାକୁ ଦୃଷ୍ଟିରେ ରଖି ନୋଏଡାର ଏକ କମ୍ପାନୀ ଏବେ ରାପିଡ୍ ଟେଷ୍ଟ କିଟ ପ୍ରସ୍ତୁତ କରିଛି। ଏହି କିଟର ଦାମ ମଧ୍ୟ ବହୁତ କମ। କମ୍ପାନୀର କହିବାନୁସାରେ ଏବେ ପର୍ଯ୍ୟନ୍ତ ଏହାର ବଜାର ମୂଲ୍ୟ ସ୍ଥିର କରାଯାଇନାହିଁ। କିନ୍ତୁ ଏହାର ଦାମ ୧୦୦୦ ଟଙ୍କାରୁ ବି କମ ରହିବ। ଏହି କିଟକୁ ICMRର ମଞ୍ଜୁରୀ ମଧ୍ୟ ମିଳିସାରିଲାଣି।

New corona test could give results in just 30 minutes - Rapid ...

ନୋଏଡ଼ାର ନ୍ୟୁ ଲାଇଫ କେୟାର ନାମକ ଏକ କମ୍ପାନୀ ଏହି କିଟକୁ ତିଆରି କରିଛି। କମ୍ପାନୀ ଦାବି କରିଛି ଯେ ଏହି କିଟ ମାତ୍ର ୧୦-୧୫ ମିନିଟ ମଧ୍ୟରେ ଫଳାଫଳ ଦେଖେଇବ। ଏଣୁ ବହୁତ ଲୋକଙ୍କ ପରୀକ୍ଷା ଜଲଦି ହେବ ବୋଲି କମ୍ପାନୀ ଆଶା ପ୍ରକାଶ କରିଛି।

Bhopal News In Hindi : Bhopal-based company made Corona testing ...

କମ୍ପାନୀର MD ନଦୀମ ରହମାନ କହିଛନ୍ତି ଯେ ତାଙ୍କ କମ୍ପାନୀ ଏହି କିଟକୁ କମ ମୂଲ୍ୟରେ ଯୋଗାଇଦେବାକୁ ଚେଷ୍ଟା କରୁଛି। ଏହାର ଦାମ ୫୦୦ରୁ ୧୦୦୦ଟଙ୍କା ମଧ୍ୟରେ ହିଁ ରହିବ ବୋଲି ସେ କହିଛନ୍ତି। ଫଳରେ ସବୁ ବର୍ଗର ଲୋକ ସହଜରେ କରୋନା ଟେଷ୍ଟ କରିପାରିବେ। କେବଳ ରକ୍ତ ନମୁନାରୁ ଏଥିରେ ଟେଷ୍ଟ କରିହେବ ବୋଲି ସେ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.