ଦୂରଦର୍ଶନରେ ଆଉ ଦେବନି “ରାମାୟଣ”, ଆଜିଠୁ ପ୍ରସାରିତ ହେବ ଲବକୁଶଙ୍କ “ଉତ୍ତର ରାମାୟଣ”

କରୋନା ଲକଡାଉନ ଯୋଗୁ ଏବେ ଦୂରଦର୍ଶନରେ ପ୍ରସିଦ୍ଧ ପୌରାଣିକ ତଥା ଆଧ୍ୟାତ୍ମିକ ଧାରାବାହିକ ରାମାୟଣ ପ୍ରସାରିତ ହେଉଛି। କିନ୍ତୁ ଆଜି ଠାରୁ ଆଉ ଦର୍ଶକ ଟିଭିରେ ରାମାୟଣ ଦେଖିବାକୁ ପାଇବେନାହିଁ। ସୂଚନା ମୁତାବକ ଏପ୍ରିଲ ୧୯ ଅର୍ଥାତ ଆଜିଠାରୁ ଦୂରଦର୍ଶନରେ ରାମାୟଣ ସ୍ଥାନରେ ଉତ୍ତର ରାମାୟଣ ପ୍ରସାରିତ ହେବ। ରାମାୟଣର ସଫଳତା ପରେ ଦୂରଦର୍ଶନ ଏବେ ପୁଣିଥରେ ଲବ କୁଶଙ୍କ ଜୀବନୀ ପ୍ରସାରିତ କରିବ।

ତେବେ ଏହି ଧାରାବାହିକ କେବଳ ରାତି ୯ଟାରେ ଥରେ ପ୍ରସାରିତ ହେବ ଓ ସକାଳ ୯ଟାରେ ଏହାର ପୁନଃପ୍ରସାରଣ ହେବ। ଏନେଇ ପ୍ରସାରଭାରତୀର ସିଇଓ ଶଶୀ ଶେଖର ଟ୍ୱିଟ କରି ସୂଚନା ଦେଇଛନ୍ତି। ସେ ସଂକେତ ଦେଇ କହିଛନ୍ତି ଯେ ୯୦ ଦଶକର “ଶ୍ରୀକୃଷ୍ଣ”ର ମଧ୍ୟ ପୁନଃପ୍ରସାରଣ କରାଯିବ।

ସୂଚନାଯୋଗ୍ୟ ଯେ ଲକଡାଉନ ଯୋଗୁ ଏବେ ସବୁ ସିରିୟଲର ସୁଟିଂ ବନ୍ଦ ରହିଛି। ଏଣୁ ଲୋକଙ୍କ ମନୋରଞ୍ଜନ ପାଇଁ ରାମାୟଣ, ମହାଭାରତ, ଶକ୍ତିମାନ ଭଳି ପୁରୁଣା ଲୋକପ୍ରିୟ ସିରିୟଲକୁ ପୁନର୍ବାର ପ୍ରସାରିତ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.