ଧୀରେ ଧୀରେ କମୁଛି କରୋନାର ପ୍ରକୋପ, ଜାଣନ୍ତୁ ଦେଶରେ ଗୋଟିଏ ଦିନରେ କେତେ ଜଣ ହେଲେ ଆକ୍ରାନ୍ତ

ନୂଆଦିଲ୍ଲୀ : ଓଡିଶା ସମେତ ଦେଶରେ ମଧ୍ୟ କରୋନାର ପ୍ରକୋପ କମି କମି ଯାଉଛି। ଗତ ୨୪ ଘଣ୍ଟାରେ ୪୫ ହଜାର ୧୪୯ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୯ ଲକ୍ଷ ୯ ହଜାର ୯୬୦ରେ ପହଁଚିଛି। ସେହପରି ଗତ ୨୪ ଘଣ୍ଟାରେ ୪୮୦ ଜଣ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା। ଯାହାପରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୧୯ ହଜାର ୧୪ରେ ପହଁଚିଛି। ଏନେଇ ସୂଚନା ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ।

ସାରା ଦେଶର ଆକ୍ରାନ୍ତଙ୍କ ସଂଖ୍ୟା ବିଷୟରେ କହିବା ତ ଏବେ ସୁନ୍ଧା ୭୧ ଲକ୍ଷ ୩୧ ହଜାର ୨୨୨୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ୬ ଲକ୍ଷ ୫୩ ହଜାର ୭୧୭ ଜଣ ସକ୍ରିୟ ଅଛନ୍ତି। ଗୋଟିଏ ଦିନରେ ୫୯ ହଜାର ୧୦୫ ଜଣ ସୁସ୍ଥ ହୋଇଥିବା ସୂଚନା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.